ଯୋଡ଼ା, ୨୮/୦୩(ପାଇକପୁଅ) ପବିତ୍ର ରାମ ନବମୀ ଅବସରରେ ଯୋଡ଼ା ସହରରେ ଆଜି ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି। ଚଳିତ ବର୍ଷ ରାମ ନବମୀ ପାଇଁ ଯୋଡ଼ା ସହର ରେ ଥିବା ଦୁଇଟି ହନୁମାନ ଙ୍କ ମନ୍ଦିର ରେ ଭକ୍ତଙ୍କ ଭିଡ଼ ଲାଗି ରହିଥିବା ବେଳେ ଅପରାହ୍ନ ରେ ଝଣ୍ଡା ପରିକ୍ରମା ଉତ୍ସବ ଦକ୍ଷିଣାମୁଖୀ ହନୁମାନ ମନ୍ଦିର ଓ ଷ୍ଟେଟବ୍ୟାଙ୍କ ପାଖ ହନୁମାନ ମନ୍ଦିର ରୁ ବାହାରି ବାନେଇକଳ ବସ୍ତି, ବ୍ଲକ ଛକ, ଏ ନ ଏ ସି ଗେଟ,ତାରିଣୀ ଛକ, ଓମେନ୍ କଲେଜ, ପ୍ଲାଣ୍ଟ ଗେଟ୍ ଏବଂ ବସଷ୍ଟାଣ୍ଡ ଦେଇ ହନୁମାନମନ୍ଦିର ନିକଟରେ ପହଂଚି ଥିଲା।ତେବେ ଏହା ଅପରାହ୍ନ ଦୁଇ ଘଟିକରୁ ଆରମ୍ଭ ହୋଇ ରାତି ଏଗାର ଘଟିକା ରେ ସେଷ ହୋଇଥିଲା।ଉଭୟ ମନ୍ଦିର ର କମିଟି କାର୍ଯ୍ୟକର୍ତା ଓ ଭକ୍ତ ଙ୍କ ଗହଣ ରେ ଏହି ଉତ୍ସବ ପାଳନ ହୋଇଥିବା ବେଳେ ସହରର ବିଭିନ୍ନ ଛକ ସ୍ଥାନଗୁଡ଼ିକରେ ଝଣ୍ଡାଧାରୀ ଓ ଭକ୍ତମାନଙ୍କର ଭିଡ଼ ଜମି ଧାର୍ମିକ ଉତ୍ସାହ ଶୀର୍ଷ ରେ ପହଞ୍ଚି ଥିଲା। ହଜାର ହଜାର ଭକ୍ତ ଝଣ୍ଡା ଯାତ୍ରା ନିମନ୍ତେ ସହର ପରିକ୍ରମା କରୁଥିବା ଦେଖିବାକୁ ମିଳିଛି।ଏହି ଉତ୍ସବ ରେ ଷାଠିଏ ହଜାର ରୁ ଉର୍ଦ୍ଧ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଉତ୍ସବକୁ ଆହୁରି ଶୋଭାୟମାନ କରିବା ପାଇଁ ବିଭିନ୍ନ ସ୍ଥାନରେ ସ୍ବେଛାସେବୀ ଯଥା ଶାସ୍ତ୍ରୀନଗର ୟୁଥ କ୍ଳବ,ମୋର୍ଣିଂ ଫିଟନେସ ଗ୍ରୁପ ଆଦି ମାନଙ୍କ ପକ୍ଷରୁ ଭକ୍ତମାନଙ୍କ ପାଇଁ ପଣା ଓ ଥଣ୍ଡା ପାନୀୟ, ପ୍ରସାଦ ବଣ୍ଟନ ବ୍ୟବସ୍ଥା କରାଯାଇଥିଲା । ସେବା ଶିବିରମାନେ ଗରମ ପରିବେଶ ରେ ଭକ୍ତ ଙ୍କ ତୃଷା ମେଣ୍ଟାଇବା ପାଇଁ ଏହି ପାନୀୟ ଯୋଗାଇ ଦେବା ସହ ଏକ ଧାର୍ମିକ ସେବାଭାବର ଉଦାହରଣ ସୃଷ୍ଟି କରୁଛନ୍ତି। ଝଣ୍ଡା ଉତ୍ସବ କୁ ଆହୁରି ଆକର୍ଷଣୀୟ କରିବା ପାଇଁ କମିଟି ପକ୍ଷରୁ ହାତୀ ନାଚ, ଘୋଡା ନାଚ, ଭାଲୁ ନାଚ ସହ ପାଇକ ଆଖଡ଼ା ଓ ବିଭିନ୍ନ ପ୍ରକାର ବାଦ୍ୟ, ଡିଯେ ଖୁବ ସୁନ୍ଦର ହୋଇଥିଲା। ପରିକ୍ରମା ସମୟ ରେ ସୁରକ୍ଷା କୁ ଦୃଷ୍ଟି ରେ ରଖି ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା।
ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ବିଶେଷ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସହରର ସମ୍ବେଦନଶୀଳ ଅଞ୍ଚଳମାନଙ୍କରେ ୧୨ ପ୍ଲାଟୁନ ପୋଲିସ ବଳ ମୁତୟନ କରାଯାଇଥିବାବେଳେ ନିୟମିତ ପେଟ୍ରୋଲିଂ ଓ ନଜରଦାରି ବଢ଼ାଯାଇ ଥିଲା। ପୋଲିସ ଓ ମନ୍ଦିର କମିଟି ଉଭୟଙ୍କ ପ୍ରଚେଷ୍ଟା ରେ ଉତ୍ସବକୁ ସୁଚାରୁ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା।
ରାମ ନବମୀ ଭଗବାନ ଶ୍ରୀରାମଙ୍କ ଜନ୍ମୋତ୍ସବ ଭାବେ ସମଗ୍ର ଦେଶରେ ଭକ୍ତି ଓ ଶ୍ରଦ୍ଧାର ସହ ପାଳନ କରୁଥିବା ବେଳେ ଖଣି ଅଞ୍ଚଳ ଯୋଡ଼ା ସହର ରେ ମଧ୍ୟ ଏହା ଖୁବ ଧୂମଧାମ ରେ ପାଳନ ହୋଇଯାଇଛି।
