ଯୋଡା,୧୫/୦୩(ପାଇକପୁଅ)ଖଣି ସୁରକ୍ଷା ମହାନିର୍ଦ୍ଦେଶକ (ଡିଜିଏମଏସ୍), ଭୁବନେଶ୍ୱର ଅଞ୍ଚଳ- ୧ଏବଂ ୨ ଆନୁକୁଲ୍ୟରେ ଶନିବାର ଭୁବନେଶ୍ବର ଠାରେ ଅନୁଷ୍ଠିତ ୪୩ ତମ ବାର୍ଷିକ ଖଣି ସୁରକ୍ଷା ପକ୍ଷ -୨୦୨୫ ପାଳନ ଅବସରରେ ଟାଟା ଷ୍ଟିଲ୍ ୨୩ ଗୋଟି ପୁରସ୍କାର ହାସଲ କରିଛି ।
ଏ-୧ ସମୁଦାୟ ବର୍ଗର ପ୍ରଦର୍ଶନରେ କାଟା ମାଟି ଲୌହ ଖଣି ବିଜେତା ହୋଇ ପ୍ରଥମ ସ୍ଥାନ ଅଧିକାର କରିଛି ଏବଂ ସେହି ବର୍ଗରେ ଖଣ୍ଡବନ୍ଧ ଲୌହ ଖଣି କୁ ଦ୍ଵିତୀୟ ସ୍ଥାନ ମିଳିଛି।
କାଟାମାଟି ଲୌହ ଖଣି ଜେନେରାଲ ୱାର୍କଙ୍ଗ ଏବଂ ଟ୍ରେନିଂ ବିଭାଗ ଗୁଡିକ ରେ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ମେକାନିକାଲ ମ୍ୟାନଟେନାନ୍ସ, ଇଲେକ୍ଟ୍ରିକାଲ୍ ମ୍ୟାନଟେନାନ୍ସ ବିଭାଗରେ ତୃତୀୟ ସ୍ଥାନ ଅଧିକାର କରିଛି।
ସେହିପରି ଭାବରେ, ଖଣ୍ଡବନ୍ଧ ଲୌହ ଖଣି ମେକାନିକାଲ ମ୍ୟାନଟେନାନ୍ସ, ଇଲେକ୍ଟ୍ରିକାଲ୍ ମ୍ୟାନଟେନାନ୍ସ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଛି ଏବଂ ଇନୋଭେଟିଭ୍ ଡିଜିଟାଇଜେସନ ବିଭାଗରେ ରେ ତୃତୀୟ ସ୍ଥାନ ହାସଲ କରିଛି।
ଅନୁରୂପ ଭାବରେ ଯୋଡା ଇଷ୍ଟ ଲୌହ ଖଣି କୁ ଇନୋଭେଟିଭ୍ ଡିଜିଟାଇଜେସନ ଏବଂ ଟ୍ରେନିଂ ରେ ପ୍ରଥମ ସ୍ଥାନ ଏବଂ ଡ୍ରିଲିଙ୍ଗ ବ୍ଳାଷ୍ଟିଙ୍ଗ ତଥା ଇଲେକ୍ଟ୍ରିକାଲ୍ ବିଭାଗ ଗୁଡିକରେ ଦ୍ଵିତୀୟ ସ୍ଥାନ ମିଳିଛି।
ଭୋକେସନାଲ ଟ୍ରେନିଂ ଏବଂ ଅକୁପେସନାଲ୍ ହେଲଥ ପାଇଁ ପାଇଁ ଯୋଡା ଇଷ୍ଟ କୁ ପୃଥକ ପୃଥକ ଭIବରେ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଡାଇରକ୍ଟୋରେଟ୍ ଜେନେରାଲ ଅଫ ମାଇନ ସେଫଟି (ଡି ଜି ଏମ୍ ଏସ୍) (ଧାନବାଦ) ର ମହାନିର୍ଦେଶକ ଉଜ୍ଜ୍ଵଳ ତାହ ଯୋଗ ଦେଇଥିଲେ। ଏତଦବ୍ୟତୀତ, ଡେପୁଟି ଡାଇରେକ୍ଟର ଜେନେରାଲ ଅଫ ମାଇନ ସେଫଟି (ସାଉଥ ଇଷ୍ଟର୍ଣ୍ଣ ଜୋନ), ରାଞ୍ଚି, ଶ୍ୟାମ ସୁନ୍ଦର ପ୍ରସାଦ, ଇଷ୍ଟର୍ଣ୍ଣ ଜୋନ ମାଇନିଂ ଏସୋସିଏସନ ସଭାପତି ରାଜୀବ ଲୋଚନ ମହାନ୍ତି, ଡାଇରେକ୍ଟର ଅଫ୍ ମାଇନ ସେଫଟି (ଭୁବନେଶ୍ବର-୧) ଅବନିଶ କୁମାର ମିଶ୍ର, ଡାଇରେକ୍ଟର ଅଫ୍ ମାଇନ ସେଫଟି (ଭୁବନେଶ୍ବର-୨) ନସୀନା ବାଲାସୁବ୍ରମନ୍ୟମ୍, ଦେବାଶିଷ ଜେନା, ଜେନେରାଲ ମ୍ୟାନେଜର (ଓ ଏମ୍ କ୍ୟୁ) ଟାଟା ଷ୍ଟିଲ, ସଂଘ ପ୍ରତିନିଧି, ଖଣି ଏଜେଣ୍ଟ, ମ୍ୟାନେଜର, ଅଧିକାରୀ, ଏବଂ ବିଭିନ୍ନ ଖଣି କମ୍ପାନୀର କର୍ମଚାରୀମାନେ ଉପସ୍ଥିତ ଥିଲେ।
ବିଭିନ୍ନ ଖଣି କମ୍ପାନି ଏବଂ ଭେଣ୍ଡର ପାର୍ଟନରମାନଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ଷ୍ଟଲଗୁଡ଼ିକୁ ଅତିଥି ମାନେ ପରିଦର୍ଶନ କରିଥିଲେ ଯେଉଁଥିରେ ସର୍ବୋତମ ନିରାପତ୍ତା ଅଭ୍ୟାସ ଏବଂ ନିରାପତ୍ତା ଉପକରଣ ପ୍ରଦର୍ଶିତ ହୋଇଥିଲା।
ଖଣିରେ ସୁରକ୍ଷିତ କାର୍ଯ୍ୟ ପଦ୍ଧତିରେ ଉନ୍ନତି ଆଣିବା, ଖଣିରେ ଦୁର୍ଘଟଣାକୁ ଯଥେଷ୍ଟ ହ୍ରାସ କରିବା ଏବଂ ‘ଶୂନ୍ୟ କ୍ଷତି’ ର ଭାବଧାରା ସୃଷ୍ଟି ପାଇଁ ପ୍ରତିବର୍ଷ ଦେଶର ସମସ୍ତ ଅଞ୍ଚଳରେ ଖଣି ନିରାପତା ସପ୍ତାହ ପାଳନ କରାଯାଉଛି ।
