ବାରିପଦା, ୨୮/୦୨(ପାଇକପୁଅ)ସ୍ଥାନୀୟ ରଘୁନାଥପୁର ସ୍ଥିତ ପୂର୍ଣ୍ଣଚନ୍ଦ୍ର ଆଦର୍ଶ ବିଦ୍ୟା ମନ୍ଦିରର ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଇଁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଆଜି ପ୍ରଧାନ ଶିକ୍ଷକ ମନୋରଞ୍ଜନ ମହାନ୍ତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ପୂର୍ଣ୍ଣଚନ୍ଦ୍ର ଗ୍ରୁପ ଅଫ ଇନଷ୍ଟିଚ୍ୟୁଟର ସଭାପତି ଇଂ ପ୍ରଭାସ କୁମାର ଦାସ, ମୁଖ୍ୟ ବକ୍ତା ଭାବେ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଅଙ୍କିତା ବାରିକ, ଏକାଡେମିକ ବାରସାର ଡ଼. ଆଦର୍ଶ ଶତପଥୀ,ପୂର୍ଣ୍ଣଚନ୍ଦ୍ର ଗ୍ରୁପ ଅଫ ଇନଷ୍ଟିଚ୍ୟୁଟର ସଂପାଦକ ପ୍ରଶାନ୍ତ କୁମାର ଦାସ ଏବଂ ପୂର୍ଣ୍ଣଚନ୍ଦ୍ର ପବ୍ଳିକ ସ୍କୁଲର ଅଧ୍ୟକ୍ଷା ଲିପିକା ଦାସ ସମ୍ମିନୀତ ଅତିଥିଭାବେ ଯୋଗଦେଇ ଛାତ୍ର ଛାତ୍ରୀଙ୍କ ଉତ୍ତମ ଫଳାଫଳ ସହିତ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।ଏହି ଅବସରରେ ସମସ୍ତ ଶ୍ରେଣୀରଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ବିଦାୟୀ ଛାତ୍ରଛାତ୍ରୀ ମାନଙ୍କୁ ଉପଢ଼ୌକନ ପ୍ରଦାନ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ନିରୋଦ ଚନ୍ଦ୍ର ମହାନ୍ତ ପିଲା ମାନଙ୍କୁ ଉତ୍ତମ ଚରିତ୍ର ଗଠନ ଏବଂ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ।ଶିକ୍ଷକ ଶ୍ରୀଯୁକ୍ତ ଖକନ କୁମାର ମାଇତି ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳରେ ସହଯୋଗ କରିଥିଲେ।
