ବାରିପଦା,୨୩/୦୧(ପାଇକପୁଅ)ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ପିଲାଚୋର ସନ୍ଦେହରେ ମାଡ଼ ମାରିବା ଫଳରେ ଉକ୍ତ ଯୁବକ ଜଣଙ୍କ ମୃତ୍ୟୁବରଣ କରିଛନ୍ତି।ସୂଚନା ଅନୁଯାୟୀ, ଆଜି ଦିନ ୧୨ଟା ସମୟରେ ମୋରଡା ଥାନା ଅଧୀନ ଡେଙ୍ଗାଶୋଳ ଲୋଧା ସାହି ନିକଟରେ ଚାରିଜଣ ଯୁବକ ଏକ ପିଲାକୁ ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଗାଁ ଲୋକେ ଦେଖି ଉକ୍ତ ଚାରି ଯୁବକଙ୍କୁ ଧରିବାକୁ ଚେଷ୍ଟା କରିଥିଲେ।ତେବେ ଘଟଣାସ୍ଥଳରୁ ତିନି ଜଣ ଯୁବକ ଫେରାର ହେବାକୁ ସକ୍ଷମ ହୋଇଥିବା ବେଳେ ଜଣକୁ ଗାଁ ଲୋକେ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ପରେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାରମାଇଲ ସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା ଏବଂ ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ଯୁବକ ଜଣକ ମୃତ୍ୟୁବରଣ କରିଛନ୍ତି। ପୋଲିସ ମୃତଦେହ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି।ତେବେ ମୃତ ଯୁବକ ଜଣକ ମାନସିକ ଭାରସ୍ୟାମ ହରାଇଥିବା ଥାନା ଅଧିକାରୀ ସୁମିତ କୁମାର ସୋରେନ କହିଥିବା ବେଳେ ତାଙ୍କ ପରିଚୟ ମିଳି ପାରିନଥିଲା।ଅପରପକ୍ଷରେ ଗ୍ରାମବାସୀ ମାନେ କେହି ଏବାବଦରେ ରେ ମୁହଁ ଖୋଲୁ ନାହାନ୍ତି। ଅପରପକ୍ଷରେ ଛୁଆ ଚୋରି ମୋରଡା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ଗତକାଲି କୋହି ଗ୍ରାମରେ ଛୁଆ ଚୋର ଆସିଥିବା କଥା ପ୍ରଚାର ପ୍ରସାର ହେବା ପରେ ଗାଁ ଲୋକେ ଠେଙ୍ଗା, ବାଡ଼ି ଧରି ରାତି ତମାମ ଗାଁକୁ ଜଗିଥିବାର ଦେଖିବାକୁ ମିଳିଛି।
