ବାରିପଦା, ୨୩/୦୨(ପାଇକପୁଅ)ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶିମିଳିପାଳ ପାଦଦେଶରେ ଥିବା ବ୍ରାହ୍ମଣଗାଁ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀବତ୍ସ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସମାଜସେବୀ ସୁଗୁଦା ମୁର୍ମୁ, ମୁଖ୍ୟ ବକ୍ତା ଭାବେ ବଳାଙ୍ଗୀ ମହୋତ୍ସବର ପ୍ରତିଷ୍ଠାତା ସମାଜସେବୀ ଶରତ ଚନ୍ଦ୍ର ନାୟକ, ସମ୍ମାନୀୟା ଅତିଥି ଭାବେ ବ୍ରାହ୍ମଣ ଗାଁ ସରପଞ୍ଚ ପ୍ରଦୀପ କୁମାର ସୋରେନ, ପଂଚାୟତ ସମିତି ସଭ୍ୟା ସୁମି ଗାଗରାଇ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ୟାମ ଚରଣ ଟୁଡୁ, ସିଆରସିସି ଆଲୋକ ରଞ୍ଜନ ବେହେରା, ବାଗୁଲି ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ବିଶ୍ଵନାଥ ସାହୁ, ଯୋଗୀ ନୂଆଗାଁ ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ବିଜୟ କୁମାର ନାଏକ, ସମାଜସେବୀ ବ୍ରଜ ମୋହନ ହାଁସଦା,ସାମ୍ବାଦିକ ଦୀପକ କୁମାର ନାୟକ, ଶରଦା ପ୍ରସାଦ ବାରିକ, ସୟେଦ ସିରାଜୁଦ୍ଦିନ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଶିକ୍ଷକଙ୍କ ସମେତ ପିତାମାତା ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ. ପ୍ରଧାନ ଶିକ୍ଷକ ଶ୍ରୀବତ୍ସ ବେହେରା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ, ଶିକ୍ଷୟିତ୍ରୀ ପଦ୍ମିନୀ ଗିରି ସ୍ୱାଗତ ଭାଷଣ ଏବଂ ଶିକ୍ଷୟିତ୍ରୀ ଅନିତା ପାତ୍ର ମଞ୍ଚ ପରିଚାଳନା କରିଥିଲେ. ଏହି ଅବସରରେ ଶିକ୍ଷକ ମଧୁସୂଦନ କିସ୍କୁଙ୍କ ତତ୍ୱାବଧାନରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଶିକ୍ଷକ କିଷାନ ଦେହୁରୀଙ୍କ ତତ୍ୱାବଧାନ ରେ ପିଲା ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
କର୍ମଚାରୀ ଗୁଲିଆ ଟୁଡୁ, ବାଲୁରାମ ଟୁଡୁ, ସୁନାରାମ ହେମ୍ବ୍ରମ, ଦୁଖିଆ ହେମ୍ବ୍ରମ ପ୍ରମୁଖ କାର୍ଯ୍ୟକ୍ରମ ପରିଚଳନାରେ ସହଯୋଗ କରିଥିଲେ
