ଯୋଡ଼ା, ୨୨/୦୨(ପାଇକପୁଅ) ଫେବୃଆରୀ ୧୭ ତାରିଖରେ ଆରମ୍ଭ ହୋଇଥିବା ରୁଙ୍ଗଟା ମାଇନ୍ସ ଲିମିଟେଡ ପକ୍ଷରୁ ନିଗମ ସାମାଜିକ ଦାୟିତ୍ୱ(CSR) ଦ୍ଵାରା ଆୟୋଜିତ ପ୍ରଥମ ସଂସ୍କରଣ ଟି-୧୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଗତ ୨୧ ତାରିଖରେ ଶେଷ ହୋଇଛି।ଏଥିରେ ଚାମ୍ପିଆନ୍ ହେବା ଦୌଡରେ ସାମିଲ୍ ହୋଇଥିଲେ ବଡ଼ବିଲର କୋଣ ଅନୁକୋଣରୁ ଆସିଥିବା ୧୬ଟି ଟିମ୍।ବଡବିଲ ରୁ ଆସିଥିବା ଦଳ ଏବଂ ଖେଳାଳୀ ମାନଙ୍କ ପ୍ରଦର୍ଶନ ଏବଂ ଉତ୍ସାହ ଚର୍ଚ୍ଚାର ବିଷୟ ଥିଲା।ଏହି ଟିମ୍-ମାନେ ପ୍ରତିଦ୍ୱନ୍ଦୀ ଟିମ୍-ମାନଙ୍କୁ ପ୍ରତି ରନ୍ ପାଇଁ ସଂଘର୍ଷ କରିବାକୁ ବାଧ୍ୟ କରିଥିଲେ।
ବଡବିଲ ପୋଲିସ ଟିମ ଓ ରୁଙ୍ଗଟା ଏକାଦଶ ଟିମ ଦ୍ୱୟ ଲିଗ ମ୍ୟାଚ୍ ପର୍ଯ୍ୟାୟରୁ ହିଁ ନିଜର ଉତ୍ତମ ତାଳମେଳ, ସୁଦୃଢ ରଣ କୌଶଳ ଏବଂ ଉତ୍କୃଷ୍ଠ ଖେଳର ପ୍ରଦର୍ଶନ କରି ଦର୍ଶକମାନଙ୍କ ମନ ଜିଣି ପାରିଥିଲେ। ଫାଇନାଲ ମ୍ୟାଚରେ ଏହି ଦୁଇ ଶକ୍ତିଶାଳୀ ଦଳ ମୁହାଁମୁହିଁ ହୋଇଥିଲେ।ବଡବିଲ ପୋଲିସ ଟିମ୍ ଟସ୍ ଜିତି ବ୍ୟାଟିଂ ର ନିଷ୍ପତି ନେଇଥିଲେ ଏବଂ ରୁଙ୍ଗଟା ଏକାଦଶ ଆଗରେ ୯୨ ରନ୍ ର ବିଜୟ ଲକ୍ଷ୍ୟ ରଖିପାରିଥିଲେ। ଏହି ଲକ୍ଷ୍ୟକୁ ରୁଙ୍ଗଟା ଏକାଦଶ ପିଛା କରି ୧୦ ଓଭର୍ ରେ ମାତ୍ର ୮୨ ରନ କରି ପରାଜୟ ହୋଇଥିଲା।ବଡବିଲ ପୋଲିସ ଦଳର ଅଧିନାୟକ ପ୍ରଶାନ୍ତ ସାମଲ ନିଜର ବ୍ୟକ୍ତିଗତ ୭ ରନ ସହିତ ୨ଟି ୱିକେଟ୍ ହାସଲ କରିବା ସହ ପ୍ଲେଅର୍ ଅଫ୍ ଦ ମ୍ୟାଚ୍ ପୁରସ୍କୃତ ହୋଇଥିଲେ।
ତେବେ ନିଜ ଚମତ୍କାର ବ୍ୟାଟିଂ ଏବଂ ବୋଲିଁ ବଳରେ ରୁଙ୍ଗଟା ଏକାଦଶର ସତ୍ୟବାନ ଆପଟ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୫୭ ରନ୍ ସହିତ ୫ୱିକେଟ୍ ସଂଗ୍ରହ କରି ସର୍ବଶ୍ରେଷ୍ଠ ଖେଳାଳୀର ଟାଇଟେଲ୍ ହାସଲ କରିଥିଲେ | ସେହିଭଳି ବଡବିଲ ପୋଲିସ ଟିମ୍ ର ରାଜନ୍ ଟୁର୍ଣ୍ଣାମେଣ୍ଟର ବେଷ୍ଟ୍-ବ୍ୟାଟର୍ ଏବଂ ପ୍ରଶାନ୍ତ ସାମଲ ବେଷ୍ଟ୍-ବୋଲରର ଟାଇଟେଲ୍ ଜିତିଥିଲେ | ରାଜନ୍ ପୁରା ଟୁର୍ଣ୍ଣାମେଣ୍ଟ୍ ରେ ୧୨୦ ରନ୍ ସ୍କୋର୍ କରିଥିବା ବେଳେ, ପ୍ରଶାନ୍ତ ସାମଲର ସମୁଦାୟ ୪ଟି ଇନିଂସ୍-ରେ ୮ ଟି ୱିକେଟ୍ ହାସଲ କରିଥିଲେ | ଏଥିସହିତ ରୁଙ୍ଗଟା ଏକାଦଶ ନିଜର ଉକୃଷ୍ଠ ପ୍ରଦର୍ଶନ ସହ ନିଜର ଟିମ୍ ର ସର୍ବୋତ୍ତମ ଅନୁଶାସନ ଟିମ୍ ଭାବରେ ପୁରସ୍କୃତ ହୋଇଥିଲା । ଟୁର୍ଣ୍ଣାମେଣ୍ଟର ଅନ୍ୟ ପ୍ରତିଭାଶାଳୀ ଖେଳାଳିମାନେ ହେଲେ କମଳାକାନ୍ତ,ଅଭୟ,ଅର୍ଜୁନ,ରତିରଞ୍ଜନ, ସୂର୍ୟ ,ରବୀନ୍ଦ୍ର, ପ୍ରୀୟଶୁଁ ଇତ୍ୟାଦି, |
ଟୁର୍ଣ୍ଣାମେଣ୍ଟର ଚମ୍ପିୟାନ ଦଳକୁ ୩୦ ହଜାର ଟଙ୍କା ଓ ରନର୍ସ ଅପ ଟିମକୁ ୨୦ ହଜାର ଟଙ୍କାର ପୁରସ୍କାର ପ୍ରଦାନ ସହ ଟ୍ରଫି ପ୍ରଦାନ କରାଯାଇଥିଲା | ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଶ୍ରୀ ଗଣେଶ୍ୱର ମହାନ୍ତ (ଏମ.ପି ପ୍ରତିନିଧି ),ଶ୍ରୀ ରାଜୁ ମହାନ୍ତ(ସି.ଏମ.ପ୍ରତିନିଧି),ଶ୍ରୀମତୀ ବବିରାଣୀ ମହାନ୍ତ (ପୌର ସଭ୍ୟା),ଶ୍ରୀ ଲକ୍ଷ୍ମଣ ମହାନ୍ତ (ସମାଜ ସେବୀ),ଶ୍ରୀ ଦେବେନ୍ଦ୍ର ପିଙ୍ଗୁଆ (ଏସ.ଡି.ପି.ଓ),ଶ୍ରୀ ଅଶୋକ ନାୟକ(ବଡ଼ବିଲ ଆଇ.ଆଇ.ସି),ଶ୍ରୀ ପ୍ରଶାନ୍ତ ସାମଲ (ଯୋଡ଼ା ଆଇ.ଆଇ.ସି) ଶ୍ରୀ ବିଶ୍ବରଞ୍ଜନ ପାଢ଼ୀ (ସିଜିଏମ୍),ଶ୍ରୀ ଆନନ୍ଦ ଚରଣ ସାହୁ (ସିଜିଏମ୍, ମାନବ ସମ୍ବଳ),ଶ୍ରୀ ସୁରେଶ ମହାପାତ୍ର (ପ୍ଲାଣ୍ଟ ମୁଖ୍ୟ), ଶ୍ରୀ ଭି.ଏନ.ଝା (କାରଖାନା ପରିଚାଳକ),ଶ୍ରୀ କଲ୍ୟାଣ କମଳ ଭୂୟାଁ, ଶ୍ରୀ କେ.ସି. ପାତ୍ର, ଶ୍ରୀ ଏସ.କେ.ବାରିକ, ଶ୍ରୀ ଚନ୍ଦ୍ର ଶେଖର ମିଶ୍ର ,ଶ୍ରୀ ସରୋଜ ମହାପାତ୍ର, ଶ୍ରୀ ସଞ୍ଜୟ କୁମାର କନୌଜିୟା, ଶ୍ରୀ ସୁଶୀଲ ପ୍ରଧାନ, ଶ୍ରୀ ଭାଗୀରଥ ପଣ୍ଡା, ଅଜୟ ମହାନ୍ତ , ଅନିଲ ମହାନ୍ତ ଏବଂ ଅବିନାଶ ମହାନ୍ତ ଇତ୍ୟାଦି ଏହି ଅବସରରେ ଉପସ୍ଥିତ ଥିଲେ ଏବଂ ଟୁର୍ଣ୍ଣାମେଣ୍ଟରେ ସୁନିଲ ଗୁପ୍ତା,ପୁରେନ୍ଦ୍ର ମହାନ୍ତ,ଜେଠୁରାମ ପାତ୍ର ପରିଚାଳନା କରିଥିବା ବେଳେ ବିଘ୍ନେଶ ପରିଡ଼ା , ସୁବଳ ଜେନା ସ୍କୋର ବୋର୍ଡ କାର୍ଯ୍ୟ ତୁଲାଇଥିଲେ ଏବଂ ସୁରେଶ ସାଣ୍ଡିଲ, ବିନ୍ନୀ କର ଧାରା ବିବରଣୀ ପ୍ରବେଶ କରେଇଥିଲେ ।
ଶ୍ରୀ ପ୍ରଣୟ କୁମାର ଦେଓ (ନିର୍ଦ୍ଦେଶକ) ଓ ଶ୍ରୀ ଲକ୍ଷ୍ମଣ ମହାନ୍ତ(ସମାଜ ସେବୀ) ଙ୍କ ତତ୍ତ୍ଵାବଧାନ ରେ ଏହି କାର୍ଯ୍ୟକ୍ରମଟି ସୁଚାରୁ ରୂପେ ପରିଚାଳିତ ହୋଇଥଲା।
