କୋଣାର୍କ,୧୪/୦୧ (ପାଇକପୁଅ)ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ଉଦ୍ଦେଶ୍ୟ ନେଇ ପୁରୀ ବନଖଣ୍ଡ ଅଧିକାରୀଙ୍କ ନିର୍ଦେଶ କ୍ରମେ କୋଣାର୍କ ବନ ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ ସହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ଶ୍ରୀ ସୁଦର୍ଶନ ଦେହୁରୀ, ଶ୍ରୀ ତପନ କୁମାର ନାୟକ,ବନପାଳ ରାମଚଣ୍ଡୀ, ଶ୍ରୀ କାର୍ତ୍ତିକ ମୁଣ୍ଡା ବନପାଳ କୋଣାର୍କ,ସହିତ ଆର୍ତ୍ତତ୍ରାଣ ବିଦ୍ୟାଳୟ ଓ ଏସଏସଡି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରାମକୃଷ୍ଣ ମହାନ୍ତି ସହିତ ଭାଗିରଥି ପାଇକରାୟ ମହୋଦୟ ଉପସ୍ଥିତି ରହି ସଫେଇ କାର୍ଯ୍ୟ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମେରେ ଛାତ୍ର, ବନ ବିଭାଗ କର୍ମଚାରୀ,ସାମାଜିକ କର୍ମୀ ଅଂଶ ଗ୍ରହଣ କରିଥିଲେ।ଇକୋ ରିଟ୍ରେରେଟ ଓ ଚନ୍ଦ୍ରଭାଗା ଅଞ୍ଚଳରେ ସଫେଇ କାର୍ଯ୍ୟକ୍ରମେ କରା ଯାଇଥିଲା।

