ବାରିପଦା,୧୦/୧୨(ପାଇକପୁଅ)ସ୍ଥାନୀୟ ପ୍ରଫୁଲ୍ଲନଗର ସ୍ଥିତ ଲେଟ କଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ ସର୍ବଭାରତୀୟ ଟି- ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବା ସହ ଟୁର୍ଣ୍ଣାମେଣ୍ଟର ସଫଳତା କାମନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ କମିଟିର ସଭାପତି ଗିରିଶ ଚନ୍ଦ୍ର ଦାସ, କାର୍ଯ୍ୟକାରୀ ସଭାପତି ଲଲାଟେନ୍ଦୁ ବେହେରା, ଉପ ସଭାପତି ଦାମୋଦର କରଣ, ସମ୍ପାଦକ ଦୀପକ କୁମାର ଦାଶ, ବରିଷ୍ଠ ସଦସ୍ୟ ବିଜୟ କୁମାର ରାୟ, ସହ ସମ୍ପାଦକ ଲକ୍ଷ୍ମୀଧର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।ପ୍ରଥମ ମ୍ୟାଚରେ ବାରିପଦାର ଡିଆରକେ ଟିମ ୬ ଉଇକେଟରେ ଟାଟା ଲିଓକୁ ପରାସ୍ତ କରିଥିଲା।ହୀରକ ସିଂହ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଦ୍ଵିତୀୟ ମ୍ୟାଚରେ ରାଉରକେଲା ୬ ଉଇକେଟରେ ସେର୍ସା, ରାଞ୍ଚିକୁ ପରାସ୍ତ କରିଥିଲେ।ଗୌତମ ସିନ୍ହା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ. ଏମସିଏଏମ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିବା ବେଳେ ସମରପ୍ରୀତ ପ୍ରଧାନ, ବିଶ୍ୱମ୍ବର ମହାକୁଡ଼ ଓ ଇନ୍ଦ୍ରଜିତ ପ୍ରସାଦ ଖେଳ ପରିଚାଳନା ଏବଂ ସୌରଜିତ ସାହୁ ସ୍କୋରିଙ୍ଗରେ ସହାୟତା କରିଥିବା ବେଳେ ସୁରେଶ ସାଣ୍ଡିଲ, ବୁବୁ ସିନ୍ହା ଓ ପଙ୍କଜ ମହାକୁଡ଼ ଧାରାବିବରଣୀ ପ୍ରଦାନ କରିଥିଲେ ବୋଲି ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି।

