ବାରିପଦା, ୦୭/୧୨(ପାଇକପୁଅ) ମହିଳା ଓ ଶିଶୁ ବିକାଶ ବିଭାଗର ଆଦବିକା ଯୋଜନାରେ ଜ୍ଞାନ ଆରୋହଣ ପରିଭ୍ରମଣରେ ମୟୂରଭଞ୍ଜର ୧୦୦ କିଶୋରୀ ବାଳିକା ଖୋର୍ଦ୍ଧା ଜିଲ୍ଲାକୁ ଯାଇ ୱାର୍ଲଡ ସ୍କିଲ ସେଣ୍ଟର ଓ ସରକାରୀ ଆଇଟିଆଇ ଅନୁଷ୍ଠାନ ପରିଦର୍ଶନ କରି ଅନୁଷ୍ଠାନର ପ୍ରଶିକ୍ଷକ ମାନଙ୍କ ପାଖରୁ ବୈଷୟିକ କୌଶଳ ତାଲିମ ଓ ଆତ୍ମ ରୋଜଗାରକ୍ଷମ ସମ୍ପର୍କରେ ଜ୍ଞାନ ଆହରଣ କରିଛନ୍ତି।ସେହିପରି କଳିଙ୍ଗ ଷ୍ଟାଡ଼ିୟମ ଠାରେ ଉନ୍ନତମାନର ଆନ୍ତର୍ଜାତିକ ଖେଳ ପ୍ରଦର୍ଶନ ନିମନ୍ତେ ଥିବା ସୁବିଧା ସୁଯୋଗ ଓ ପ୍ରଶିକ୍ଷଣ କୌଶଳ ମଧ୍ୟ ବୁଲି ଦେଖିଛନ୍ତି।ଉକ୍ତ ପରିଦର୍ଶନ ଟିମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣୀ ନିହାରିକା ମହାନ୍ତି, ଜିଲ୍ଲା ସୁରକ୍ଷା ତଥା କାର୍ଯ୍ୟକ୍ରମ ଅଧିକାରୀଣୀ ସସ୍ମିତା ମହାନ୍ତି ଓ ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ରର ଅନ୍ୟ କାର୍ଯ୍ୟକର୍ତ୍ତା ସାମିଲ ହୋଇ ପିଲାମାନଙ୍କ ଉତ୍ସାହ ବୃଦ୍ଧି କରିଥିଲେ।

