ବାରିପଦା,୦୩/୧୨(ପାଇକପୁଅ)ଆଦିବାସୀ ସେଙ୍ଗେଲ ଅଭିଯାନ ସାରସକଣା ବ୍ଲକ କମିଟିର ସେଙ୍ଗେଲ ବିଡ଼ିଓ ଶ୍ରୀ ଅନନ୍ତ ଚରଣ ମାର୍ଣ୍ଡିଙ୍କ ନେତୃତ୍ୱରେ ବାଙ୍ଗିରିପୋଷି ସହ କୁଲିଅଣା ବ୍ଲକର ସେଙ୍ଗେଲ କାର୍ଯ୍ୟକର୍ତ୍ତାମାନଙ୍କ ଦ୍ୱାରା ଓଡ଼ିଶା ପ୍ରଦେଶ ପାର୍ଗାନା ସହ ବାରିପଦା ଜୋନାଲ ସଭାପତି ଶ୍ରୀ ନାରାନ ମୁର୍ମୁଙ୍କର ଚାଷଜମିରେ ବିନା ମୂଲ୍ୟରେ ଧାନ କାଟିବାକୁ ସହଯୋଗ ପ୍ରଦାନ କରାଯାଇଛି । ଏଥିରେ ସେଙ୍ଗେଲ ମହିଳା ମୋର୍ଚ୍ଚା ବାରିପଦା ଜୋନାଲ ସଭାପତି ଶ୍ରୀମତୀ ପାନମଣି ହେମ୍ବ୍ରମ ସହିତ ଅଲ୍ ଇଣ୍ଡିଆ ମାଝୀ-ପାର୍ଗାନା ମାଡୱା ମୟୁରଭଞ୍ଜ ଜିଲ୍ଲା ସଭାପତି ବିକାଶ ଚନ୍ଦ୍ର ହେମ୍ବ୍ରମ ଯୋଗଦାନ ଦେଇ କହିଛନ୍ତି ଯେ ପୁର୍ବତନ ସାଂସଦ ସହ ସାନ୍ତାଳୀ ଭାଷା ବିଜେତା ଶ୍ରୀ ସାଲଖାନ ମୁର୍ମୁଙ୍କ ମାର୍ଗଦର୍ଶନରେ ସମାଜର କୁପ୍ରଥାକୁ ହଟାଇ ସମାଜ ସୁଧାର କରିବା, ସମାଜରେ ମହିଳାଙ୍କୁ ସଶକ୍ତିକରଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରିବା ସହିତ ଆଦିବାସୀମାନଙ୍କର ହାସା, ଭାଷା, ଜାତି, ଧର୍ମ, ମାନ-ସମ୍ମାନ, ଇଜ୍ଜତ, ଆବାଦୀ, ରୋଜଗାର ଆଦିକୁ ବଞ୍ଚାଇବା ପାଇଁ ଶ୍ରୀ ନାରାନ ମୁର୍ମୁ ନିଜର ଭବିଷ୍ୟତକୁ ତ୍ୟାଗ କରି ନିଃସ୍ଵାର୍ଥ ଭାବରେ ନିରନ୍ତର କାର୍ଯ୍ୟ କରୁଛନ୍ତି । ତତସହିତ ଶ୍ରୀ ନାରାନ ମୁର୍ମୁ ଏକ ସଚ୍ଚୋଟତା, ସାହାସୀ ଏବଂ ସ୍ୱଚ୍ଛ ନେତା ଅଟନ୍ତି । ତେଣୁ ସମାଜକୁ ସ୍ଥାପିତ କରିବା ସହ ଆଦିବାସୀଙ୍କ ବିକାଶ କାର୍ଯ୍ୟ ଜାରି ରଖିବା ପାଇଁ ଶ୍ରୀ ମୁର୍ମୁଙ୍କ ତାଙ୍କର ଆଗ୍ରହ ଓ ଉତ୍ସାହ ବଢାଇବା ପାଇଁ ତାଙ୍କୁ ଧାନ କାଟିବାରେ ସହଯୋଗ ପ୍ରଦାନ କରାଯାଇଛି ବୋଲି ପ୍ରେସ ବିଜ୍ଞପ୍ତି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦିଆଯାଇଛି ଏବଂ ସାର୍ନା ଧର୍ମ କୋଡ଼ ଏବଂ ସାନ୍ତାଳୀ ଭାଷାକୁ ରାଜଭାଷା ମାନ୍ୟତା କରାଇବା ପାଇଁ ଅବିଳମ୍ବେ ଏକତା ହୋଇ ବିଶାଳ ଜନଆନ୍ଦୋଳନ ଛିଡ଼ା କରିବାକୁ ଆହ୍ବାନ ଦେଇଛନ୍ତି । ଧାନ କାଟିବାରେ ପାକଟିଆ ପଞ୍ଚାୟତ ପାର୍ଗାନା ଶ୍ରୀ ସୁନାରାମ ହାଁସଦାଃ, ଚାନ୍ଦ୍ରାୟ ହେମ୍ବ୍ରମ, ପିଥ ହାଁସଦାଃ, ଶିଙ୍ଗ୍ରାୟ ହେମ୍ବ୍ରମ, ବାସନ୍ତୀ ମାର୍ଣ୍ଡି, ବାସନ୍ତୀ ହେମ୍ବ୍ରମ, ସାଲଗେ ମାର୍ଣ୍ଡି ସହ ୫୩ ଜଣ ମହିଳା, ପୁରୁଷ ଉପସ୍ଥିତ ଥିଲେ ।

