ଯୋଡ଼ା, ୨୭/୧୧(ପାଇକପୁଅ)କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ଅଞ୍ଚଳରେ ଟାଟା କମ୍ପାନୀର ସିକୁରିଟି ଏଜେନ୍ସି ଟେରିଅର କମ୍ପାନୀର ଗାଡ଼ି ଧକ୍କାରେ ପୂର୍ବରୁ ଦୁଇ ଗୋଡ଼ ହରାଇଥିବା ଦିବ୍ୟାଙ୍ଗ ଗୁନୁ ଗୁରୁତର। ଯୋଡ଼ା ବସ୍ ଷ୍ଟାଣ୍ଡର ଜନବହୁଳ ଜାଗାରେ ଗୁନୁ ବସିଥିବା ସମୟରେ ସିକୁରୁଟି କମ୍ପାନୀ ଗାଡ଼ି ତାଙ୍କୁ ଧକାଦେଇ ଘୋଷାଡି ନେଉଥିବା ବେଳେ ଉପସ୍ଥିତ ଲୋକ ପାଟି କରିବାରୁ ଡ୍ରାଇଭର ଗାଡ଼ିକୁ ପଛକୁ ଫେରେଇ ଥିଲା ସେତେବେଳକୁ ଦିବ୍ୟାଙ୍ଗଙ୍କୁ ଅଢ଼େଇ ତିନି ଫୁଟ୍ ଘୋଷାଡ଼ି ସାରିଥିଲା, ଉକ୍ତ ଗାଡ଼ିରେ କମ୍ପାନୀର ବ୍ରାଞ୍ଚ ହେଡ୍ ରାକେଶ ତ୍ରିପାଠୀ ଆସି ବସି ତରବରିଆ ଭାବରେ ଯିବାକୁ ଡ୍ରାଇଭରକୁ ବ୍ୟସ୍ତ କରିଥିବା ବେଳେ ଏମିତି ଘଟଣା ଘଟିଛି ବୋଲି ସେଠାରେ ଥିବା ଦେଖଣାହାରୀ କହିଥିଲେ। ଡ୍ରାଇଭର ମହେଶ ବାରିକ ସେହି ସମୟରେ ଫୋନ୍ ରେ କଥା ହେଉଥିବା ବେଳେ ଗାଡ଼ିଟିକୁ ଚଳାଇ ଥିବାରୁ ଏମିତି ଘଟଣା ଘଟିଛି ବୋଲି ଲୋକେ କହୁଛନ୍ତି।ବାରିକ ନିଜେ ମଧ୍ଯ ଏହା ସ୍ୱୀକାର କରିଛନ୍ତି। ଆହତ ଗୁନୁଙ୍କର ଘର ଜୁରୁଡ଼ି ଅଞ୍ଚଳର ଜଣା ପଡ଼ିଥିବା ବେଳେ ତାଙ୍କ ପାରିବାରର କେହି ନଥିବାରୁ ତାଙ୍କର ସଂପୂର୍ଣ୍ଣ ପରିଚୟ ମିଳିପାରି ନାହିଁ । ତାଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ଵାରା ସେହି ଗାଡ଼ିରେ ନେଇ ଟାଟା ଡାକ୍ତଖାନାରେ ଚିକିତ୍ସା କରିଛନ୍ତି।

