ବାରିପଦା,୨୬/୧୧(ପାଇକପୁଅ) ବାରିପଦା ସ୍ଥିତ ବାଘରା ରୋଡ଼ ନିକଟରେ ବାରିପଦା ରାଜସ୍ବ ନିରୀକ୍ଷକ-୧ ଏବଂ ୨ର ନୂତନ ଭାବେ ନିର୍ମିତ ହୋଇଥିବା ଦୁଇଟି କାର୍ଯ୍ୟାଳୟ ଗୃହକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହିତ ନୂତନ କାର୍ଯ୍ୟାଳୟ ରେ ଅଫିସ ଖୋଲାଗଲେ ଜନସାଧାରଣ ସୁବିଧାରେ ସେବା ପାଇପାରିବେ ବୋଲି କହିଛନ୍ତି। କାର୍ଯ୍ୟକ୍ରମରେ ବାରିପଦା ବିଧାୟକ ପ୍ରକାଶ ସୋରେନ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିବା ବେଳେ, ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, ବିଜେପି ଜିଲ୍ଲା ସଭାପତି ନିହାର ମୋଦୀ, ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା, ବାରିପଦା ତହସିଲଦାର ସପନ କୁମାର ସାହୁ, ମନ୍ତ୍ରୀଙ୍କ ସଚିବ ରାମଚନ୍ଦ୍ର ସୋରେନ, ଅତିରିକ୍ତ ତହସିଲଦାର ଶ୍ରୀକାନ୍ତ ନାୟକ, ଭରତ ଚନ୍ଦ୍ର ପାତ୍ର, ରାଜସ୍ବ ନିରୀକ୍ଷକଙ୍କ ସମେତ ବାରିପଦା ତହସିଲ ଓ ଆର ଆଇ ଅଫିସର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

