ବାରିପଦା, ୨୪/୧୧(ପାଇକପୁଅ)ସ୍ଥାନୀୟ ଏମ.ପି.ସି. ସ୍ୱୟଂଶାସିତ କଲେଜରେ ଏନସିସି ଅଧିକାରୀ ଲେଫ୍ଟନାଣ୍ଟ ଡ. ନରେନ୍ଦ୍ର ପ୍ରସାଦ ବେହେରାଙ୍କ ତତ୍ତ୍ଵାବଧାନରେ ଏନ.ସି.ସି. ଦିବସ ପାଳିତ ହୋଇଯାଇଛି। କଲେଜର ଅଧ୍ୟାପିକା ରାଇମଣି ମାର୍ଣ୍ଡି ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିବା ବେଳେ ପ୍ରସାଶନିକ ମୁଖ୍ୟ ଭୀମ ଚରଣ ମୁର୍ମୁ, ଅଧ୍ୟାପକ ସୁପ୍ରିମ ମଣ୍ଡଳ ଅତିଥି ଭାବରେ ଯୋଗଦେଇ ଏନ.ସି.ସି. ଦିବସ ପାଳନର ଉପାଦେୟତା ବିଷୟରେ ଆଲୋଚନା କରିଥିଲେ। ପରିଶେଷରେ ଅଧ୍ୟାପକ ଆଲେକ୍ସ ହେମ୍ବ୍ରମ ଧନ୍ୟବାଦ ଅର୍ପଣ କରିଥିଲେ।

