ଯୋଡ଼ା୧୮/୧୧(ପାଇକପୁଅ):କେନ୍ଦୁଝର ଜିଲ୍ଲା ଯୋଡ଼ା ଫ୍ଲାଇଓଭର ନିକଟରେ ସୋମବାର ଦିନ ପୁଣି ଏକ ମର୍ମନ୍ତୁଦ ଦୁର୍ଘଟଣା ଦେଖିବାକୁ ମିଳିଛି।ସୂଚନାଯୋଗ୍ୟ ଯେ ସମବାର ଦିନ ସନ୍ଧ୍ୟା ପ୍ରାୟ ୪.୩୦ ଘଟିକା ସମୟରେ ବଡ଼ବିଲ ରୁ ବାଂଶପାଣି ରେଳ ଷ୍ଟେସନ ଅଭିମୁଖେ ସ୍କୋର୍ପିଓ (ଓ.ଆର.୦୯ପି୮୯୨୮ )ଟି ଯାଉଥିବା ବେଳେ ଫ୍ଲାଇଓଭର ସେଣ୍ଟ ଟେରେସା ସ୍କୁଲ ଉପର ପାଖରେ ଏକ ହାଇବା (ଓ.ଡି୦୯ଜେଡ୬୪୨୫) ସାମ୍ନା ପଟୁ ସ୍କରପିଓ ଟିକୁ ଧକ୍କା ଦେଇ ଚମ୍ପଟ ମାରିଥିଲା।।ଯାହାଫଳରେ ଜଣେ ମହିଳା ଗୁରୁତର ଆହତ ହେବା ସହ ୨ଜଣ ଆହତ ହୋଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଯୋଡ଼ା ପୋଲିସ ତୁରନ୍ତ ପହଁଚି ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ଟାଟା ମେଡ଼ିକାଲ ସ୍ଥାନାନ୍ତରିତ କରିଥିଲେ।ଡାକ୍ତର ସେଠାରେ ମହିଳା ଜଣଙ୍କୁ ମୃତ ଘୋଷଣା କରିବା ସହ ଅନ୍ୟ ୨ ଜଣ ସାମାନ୍ୟ ଆହତ ଥିବା ସୂଚନା ଦେଇଛନ୍ତି।ମୃତ ମହିଳା ଜଣକ ବଡ଼ବିଲ ସହରର ସୋନାଲି ଝା ବୟସ(୩୦) ସ୍ୱାମୀ ବିଷ୍ଣୁ ପ୍ରସାଦ ଗୁପ୍ତା ବୋଲି ଜଣାପଡିଛି।ପୋଲିସ ଏ ନେଇ କେସ ନମ୍ବର ୩୫୫/୨୫ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠେଇବା ସହ ହାଇବା ଟ୍ରକ ଟିକୁ ଗୁଆଲି ଅଞ୍ଚଳରୁ ଜବତ କରି ଥାନା ରେ ଅଟକ ରଖି ତଦନ୍ତ ଜାରୀରଖିଛି ବୋଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାମଲ ସୂଚନା ଦେଇଛନ୍ତି।ତେବେ ସୋନାଲି ଙ୍କୁ ମୃତ୍ୟୁ ଖବର ପରେ ଯୋଡ଼ା ବଡ଼ବିଲ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି।
ଓବି. ସି.ସି କମ୍ପାନୀ ଫ୍ଲାଇଓଭର ନିର୍ମାଣ ରେ ତୃଟି କରି ଅଙ୍କାବଙ୍କା କରି ରାସ୍ତା ତିଆରି କରିବା ଯୋଗୁଁ ଗାଡି ମାନେ ଦ୍ରୁତ ଗତି ରେ ଚଳେଇ ନିୟନ୍ତ୍ରଣ ହରେଇବା ଦୁର୍ଘଟଣା ର ଏକ ପ୍ରମୁଖ କାରଣ ବୋଲି ଲୋକେ ଅଭିଯୋଗ କରିବା ସହ ରୀତିମତ ରାସ୍ତାର ମରାମତି ନାଁ ଗୋଟିଏ ପାର୍ଶ୍ୱ ରାସ୍ତା ଅବରୋଧ କରିବା, ରାସ୍ତାରେ ପଡିରହିଥିବା ଆଇରନ ଗୁଣ୍ଡ ଙ୍କୁ ସମୟ କ୍ରମେ ସୋଫା ନ କରିବା,ଗତି ନିୟନ୍ତ୍ରଣ ଯନ୍ତ୍ର ଏବଂ ସ୍ପୀଡ ବ୍ରେକର ର ଅଭାବ ରୁ ଉକ୍ତ ସ୍ଥାନରେ ବିଗତ ୨ ବର୍ଷ ମଧ୍ୟରେ ୭ ଜଣଙ୍କ ମୃତ୍ୟ ହୋଇଛି। ଏପରିକି ପ୍ରମୁଖ ଖଣି ଅଞ୍ଚଳରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ କମ୍ପାନୀ ମାନଙ୍କ ଦ୍ୱାରା ସିକୁରୀଟି ବ୍ୟବସ୍ଥା କରାଯିବାର ନିୟମ ଥିବା ସତ୍ତ୍ୱେ କଣ ପାଇଁ କାର୍ଯ୍ୟକାରୀ କରାଯାଉ ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।ପ୍ରଶାସନ ଏହି ସମସ୍ୟା ଦିଗରେ ଧ୍ୟାନ ଦେଇ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବାଦରକାର ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।

