ବାରିପଦା, ୨୧/୧୧(ପାଇକପୁଅ)ଉତ୍ତର ଓଡିଶାର ଅଗ୍ରଣୀ ବୈଷୟିକ ଶିକ୍ଷାନୁଷ୍ଠାନ ଡିଭାଇନ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲଜିରେ ରାଜସ୍ଥାନସ୍ଥିତ ଆସ୍ଟେମୋ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ କମ୍ପାନୀ ଦ୍ଵାରା ଏକ କ୍ୟାମ୍ପସ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଡିଭାଇନର ଇଲେକ୍ଟ୍ରିକାଲ , ମେକାନିକାଲ ଓ ଇଲେକ୍ଟ୍ରିକାଲ ଆଣ୍ଡ ମେକାନିକାଲ ବ୍ରାଞ୍ଚର ୪୫ଜଣ ଛାତ୍ର-ଛାତ୍ରୀଙ୍କ ମଧ୍ୟରୁ ୩୦ ଜଣ ଚାକିରୀ ପାଇବା ପାଇଁ ଯୋଗ୍ୟ ବେବେଚିତ ହୋଇଛନ୍ତି।କମ୍ପାନୀର ବରିଷ୍ଠ କାର୍ଯ୍ୟନିର୍ବାହୀ ମିସ ଦିକ୍ଷ୍ୟା ତନୱାର, ଉତ୍ପାଦନ ପରିଚାଳକ ବିକ୍ରାନ୍ତ କାମ୍ବୋଜ ଏବଂ ଉତ୍ପାଦନ ଡେପୁଟି ମ୍ୟାନେଜର ରାହୁଲ କୁମାର ଡିଭାଇନରେ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ ସାକ୍ଷାତକାର ନେଇଥିବା ବେଳେ, ଅନୁଷ୍ଠାନର ନିର୍ଦ୍ଦେଶକ ଇଂ ବିପ୍ଲବ ଭଞ୍ଜନ ବୁଗୁଡେଇ ଛାତ୍ର-ଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।ଡିଭାଇନର ଅଧ୍ୟକ୍ଷ ଇଂ ଅଭିନ୍ନ କୁମାର ଦାସ, ଟ୍ରେନିଂ ଓ ପ୍ଲେସମେଣ୍ଟ ବିଭାଗର ମୁଖ୍ୟ ଇଂ ଆଶୀର୍ବାଦ ସ୍ଵାଇଁ, ବିଜ୍ଞାନ ଏବଂ ମାନବ ସମ୍ବଳ ବିଭାଗର ମୁଖ୍ୟ ବିଶ୍ଵରଞ୍ଜନ ମହାନ୍ତ, ଇଂ ଅମିଶା ଅଗସ୍ତି, ଏବଂ ଇଂ ଜ୍ୟୋତିପ୍ରିୟା ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

