ଭୁବନେଶ୍ବର,୧୯/୧୧(ପାଇକପୁଅ)ଚନ୍ଦ୍ରଶେଖରପୁର ଠାରେ ଆଦର୍ଶ ହଷ୍ଟେଲ ସମୂହକୁ ନେଇ ଆଦର୍ଶ ପ୍ରିମିୟର ଲିଗ୍ (ଏପିଏଲ୍) କ୍ରିକେଟ୍ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆକାଶ ଇନଷ୍ଟିଚ୍ୟୁଟର ଚନ୍ଦ୍ରଶେଖରପୁର ଶାଖାର ମୁଖ୍ୟ ପରିଚାଳନା ଅଧିକାରୀ ଜ୍ଞାନରଞ୍ଜନ ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀକାନ୍ତ, ଜ୍ଯୋତ୍ସ୍ନା, ସରୋଜ, ଅଭୟ, ବିଭୂତି, ଶୁଭସ୍ମିତା, କିରନ, ଶିବ ଏବଂ ଆଦିତ୍ୟ ଯୋଗଦେଇ ପ୍ରତିଯୋଗୀ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।
ବାଳକ ହଷ୍ଟେଲର ସଂସ୍ଥାପକ ଶ୍ରୀ ବି. କେ. ସିଂହ ଓ ପରିଚାଳକ ବିଭୂତି ଭୂଷଣ ପରିଜା ଏବଂ ସମସ୍ତ କର୍ମଚାରୀ ବୃନ୍ଦ ଶାନ୍ତି ଶୃଙ୍ଖଳାର ସହିତ ମ୍ୟାଚ ପରିଚାଳନା କରିଥିଲେ। ୧୦ ଓଭରରେ ୯୦ ରନର ଟାର୍ଗେଟକୁ ପିଛାକରି ନଂ୧ ବାଳକ ହଷ୍ଟେଲକୁ ପରାସ୍ତ କରି ନଂ୨ ବାଳକ ହଷ୍ଟେଲ ବିଜେତା ଭାବରେ ଉଭା ହୋଇଛି। ନଂ୨ ବାଳକ ହଷ୍ଟେଲ ତରଫରୁ ଅଧିନାୟକ ୩୨ ରନ ସ୍କୋର କରି ବିଜୟ ହାସଲ କରିଥିଲେ।

