ଯୋଡ଼ା,୦୧/୧୧(ପାଇକପୁଅ) ଯୋଡ଼ା ପୌରପାଳିକା ଅନ୍ତର୍ଗତ ଲକ୍ଷ୍ମୀ ପଡିଆ ଠାରୁ ଦିବା ଦଶ ଘଟିକା ରୁ ଜନ ସଂପର୍କ ପଦଯାତ୍ରା ଆରମ୍ଭ ହୋଇ ବସଷ୍ଟାଣ୍ଡ ପ୍ଲାଣ୍ଟ ଗେଟ ହୋଇ ଯୋଡ଼ା ବସ୍ତି ର ଧରଣୀଧର ଛକ ପର୍ଯ୍ୟନ୍ତ ଯାଇଥିଲା। ଶ୍ରୀ ଯୁକ୍ତ ସନାତନ ମହାକୁଡ଼ ଙ୍କ ନିର୍ଦ୍ଧେଶ କ୍ରମେ ପଦଯାତ୍ରାରେ ଜିଲ୍ଲା ସଭପତି ଆଶିଷ ଚକ୍ରବର୍ତ୍ତୀ,ଯୋଡ଼ା ପୌରାଧ୍ୟକ୍ଷ ଡକ୍ଟର ଜଗଦୀଶ ପ୍ରସାଦ ସାହୁ,ଯୋଡ଼ା ଜେ ଟି ଓ ଏ ର ସମ୍ପାଦକ ସୁଶାନ୍ତ ବାରିକ, ଜେ ଟି ଓ ଏ ର ପୂର୍ବତନ ସମ୍ପାଦକ ରବିନାରାୟଣ ଦାସ ,ଚତୁର୍ଭୁଜ ପଳେଇ ଓ ଯୋଡ଼ା ମ୍ୟୁନିସିପାଲଟି ର ବି ଜେ ଡି କାଉନସିଲର ମାନଙ୍କ ସହିତ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।ଏହି ପଦଯାତ୍ରାରେ ସହ ସହ ସଂଖ୍ୟାର ଦଳୀୟ ସମର୍ଥକ ଯୋଗଦେଇ ଥିଲେ। ଏହି ପଦଯାତ୍ରା ରେ ନବୀନ ପଟ୍ଟନାୟକଙ୍କ ଜିନ୍ଦାବାଦ ଓ ବି ଜେ ଡି ଜିନ୍ଦାବାଦ ନାରା ଦେଇ ହାତରେ ନବୀନ ପଟ୍ଟନାୟକଙ୍କ ଏବଂ ବିଧାୟକ ସନାତନ ମହାକୁଡ଼ ଙ୍କ ଫଟୋ ସହ ଜନ ସମ୍ପର୍କ ପଦଯାତ୍ରା ର ବ୍ୟାନର ଧରି ଯୋଡ଼ା ରେ ବି ଜେ ଡି ତାହାର ଶକ୍ତି ପ୍ରଦର୍ଶନ କରିଥିଲା।

