ଯୋଡ଼ା,୩୧/୧୦(ପାଇକପୁଅ) ସାରା ଦେଶ ରେ ଲୌହପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଙ୍କୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ଧୁମଧାମରେ ପାଳନ କରାଯାଇଛି । କେନ୍ଦ୍ର ସରକାର ଙ୍କ ନିର୍ଦେଶନାମା କ୍ରମେ ଯୋଡ଼ା ପୋଲିସ୍ ତତଫରୁ ଶୁକ୍ରବାର ଦିନ ଏକ ଵିଶେଷ ‘ୱାକ ଏ ଥନ’ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା।ଏହି ପଦଯାତ୍ରା ଟି କେନ୍ଦ୍ରୀୟ ଖେଳ ପଡିଆ ଠାରୁ ସକାଳ ୭ ଘଟିକା ରେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାମଲ ଙ୍କ ନେତୃତ୍ୱରେ ଆରମ୍ଭ ହୋଇ ଵସ ଷ୍ଟାଣ୍ଡ , ଏସ ବି ଆଇ ଛକ ଓ ବନେଇକଳା ଦେଇ ସହର ପରିକ୍ରମା କରି ଯୋଡ଼ାଥାନା ରେ ଶେଷ ହୋଇଥିଲା।ଏହି ଅବସରରେ ସର୍ଦ୍ଦାର ପଟେଲ କିପରି ୫୬୫ ଟି ରାଜ୍ୟ କୁ ମାତ୍ର ୧୮ ମାସ ଭିତରେ ଗୋଟିଏ ରାଷ୍ଟ୍ର ରେ ଏକତ୍ରିତ କରି ଭାରତ କୁ ଗଢ଼ି ଦେଶ କୁ ମଜବୁତ କରିଥିଲେ ତାହା ଅବିସ୍ମରଣୀୟ ଯାହା ଏକତା ର ପରିଚୟ ବୋଲି ଥାନା ଅଧିକାରୀ କହିଥିଲେ। ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଏହି ପଦଯାତ୍ରା ରେ ଯୋଡ଼ାର ବିଭିନ୍ନ ବର୍ଗର ଲୋକ ମାନେ ସାମିଲ ହୋଇ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଅମର ରହେ,ଭାରତ ମାତା କି ଜୟ ର ନାରା ଦେଇଥିଲେ।ଏହି ପରିପ୍ରେକ୍ଷୀରେ ରେ ଯୋଡ଼ା ଥାନା ତରଫରୁ ଯୋଡ଼ା ମହିଳା ମହାବିଦ୍ୟାଳୟ ରେ ସାଇବୋର୍ ସୋଚେତନତା କାର୍ଯ୍ୟକ୍ରମ ଏବଂ ଟାଟା ଡି.ଏ.ଭି ସ୍କୁଲ ରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା।

