ଯୋଡ଼ା, ୩୧/୧୦(ପାଇକପୁଅ) ବନେଇକଳା ସାର୍ବଜନନୀ କାଳୀପୂଜା କମିଟି ତରଫରୁ ଏବର୍ଷ ମଧ୍ୟ ଧୁମଧାମରେ କାଳୀପୂଜା ଅନୁଷ୍ଠିତ ହୋଇଥିଲା। ପୂଜାର ପ୍ରଥମ ଦିନରୁ ଭଜନ ଓ କୀର୍ତ୍ତନ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ଅବସରରେ ଯୋଡ଼ା ଓ ଆଖପାଖ ଗାଁ ରୁ ଭକ୍ତମାନେ ଯୋଗଦେଇ ମେଳା କୁ ଅଧିକ ଆକର୍ଷଣୀୟ କରିଥିଲେ।
ପୂଜା ପ୍ରଥମ ଦିନରୁ ମେଳା ଆରମ୍ଭ ହୋଇ ନବମ ଦିନ ପର୍ଯ୍ୟନ୍ତ ଭକ୍ତମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଚାରିଦିନ ଯାତ୍ରା ଓ ଚାରି ଦିନ ଭଜନ ସନ୍ଧ୍ୟା ସହିତ ଯୋଡ଼ାର କେତେଜଣ ମାନ୍ୟଗନ୍ୟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ପରେ ବୁଧବାର ଦିନ , ବାଜା, ଢୋଲ , ବାଣ ଫୁଟାଇ ମୂର୍ତ୍ତି ବିସର୍ଜନ କାର୍ଯ୍ୟକ୍ରମ କରିଥିଲେ।
ଏଠି ମୁନିସିପାଲିଟିର ଗାଡ଼ିଆ ରେ ବର୍ଷା ଓ ନାଳା ନର୍ଦ୍ଦମା ପାଣି ଜମା ହୋଇଥିଲା, ପୂଜା କମିଟି ପବିତ୍ରତାକୁ ନଜରରେ ରଖି ସେହି ପାଣିରେ ବିସର୍ଜନ ନକରି ନଦୀରେ ମୂର୍ତ୍ତି ବିସର୍ଜନ କରିଥିଲେ।
ହିନ୍ଦୁ ଦେବଦେବୀଙ୍କ ପ୍ରତି ଶ୍ରଦ୍ଧା ସ୍ଥାନୀୟ ଲୋକଙ୍କ ମନକୁ ଛୁଇଁଥିଲା। ଯୋଡା ବାସି ଓ କମିଟି ସଦସ୍ୟମାନଙ୍କ ସହଯୋଗରେ ଉତ୍ସବଟି ଅତି ସୁନ୍ଦର ଭାବରେ ସମାପନ ହେଲା।

