ଯୋଡ଼ା,୨୯/୧୦(ପାଇକପୁଅ)କରଞ୍ଜିଆ ବ୍ଲକ ଅନ୍ତର୍ଗତ ପୋଖରିଆ ପଞ୍ଚାୟତ ଚନ୍ଦ୍ରଶେଖର ପୂର୍ ଗ୍ରାମରେ ରାମ ରାଇ ପୂର୍ତ୍ତିଙ୍କ ତିନି ପୁଅ ଏବଂ ଦୁଇ ଝିଅ ପରିବାର ସହ ବାସ କରନ୍ତି। ସେ ଏକ ଦିନ ମଜୁରୀଆ ଭାବେ ଅର୍ଥାତ୍ ଗାଡ଼ି ହେଲ୍ପରିଂ କରି ଦିନକୁ ଦୁଇ ବେଳା ଖାଦ୍ୟ ଯୋଗାଡ଼ କରି ଥାଆନ୍ତି। ତେବେ ସବା ସାନ ପୁଅ ସୁନା ରାମ ପୂର୍ତ୍ତି ( ୩୯ ) ବହୁ କଷ୍ଟରେ ସବୁ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇ ମାଟ୍ରିକ ପାସ କରିବା ପରେ ୨୫ ବର୍ଷ ପୂର୍ବରୁ ସେ କର୍ଣ୍ଣାଟକର ମହୀଶୂର ସହରରେ ଏକ କମ୍ପାନୀରେ ସିକ୍ୟୁରିଟୀ ଗାର୍ଡ ଚାକିରି କରିବା ସହିତ ଜିମ୍ ଅଭ୍ୟାସ କରୁଥିଲେ।ଏକ ବର୍ଷ ପରେ କର୍ଣ୍ଣାଟକ ବଡିବିଲ୍ଡିଂ ଆସୋସିଏସନ ତରଫରୁ ସିଲେକ୍ଟ ହୋଇ କର୍ଣ୍ଣାଟକ ସରକାରଙ୍କ ତରଫରୁ ୱେଟ ଲିଫ୍ଟିଙ୍ଗରେ ମିଷ୍ଟର୍ କର୍ଣ୍ଣାଟକ ଆଇ କନ ଏବଂ ପରେ ପରେ୨୦୦୬ ଏବଂ ୨୦୧୨ ରେ ତିନିଥର ଆଇ କନ ବିବେଚିତ ହୋଇ ଥିଲେ।ତଥାପି ସେ ତାଙ୍କର ଆଗକୁ ବଢିବାର ଜିଦ୍ ଛାଡ଼ି ନ ଥିଲେ।ପୁଣି ୨୦୨୦ ରେ ସେ ଆନ୍ତର୍ଜାତୀୟ ଖେଳରେ ଭାଗ ନେଇ ଦୁବାଇ ଯାଇ ସେଠାରେ ସେ ମିଷ୍ଟର ଦୁବାଇ ଆଇ କନ ରେ ସ୍ଵର୍ଣ୍ଣ ପଦକ ଜିତି ଥିଲେ। ତେବେ ସେ କହିଛନ୍ତି ଯେ, ମନୁଷ୍ୟର ଚିନ୍ତା ଧାରା ଏକାଗ୍ରତା ଥିଲେ ସେ ଯାହା ଚାହିଁବ ତାହା କରି ପରିବା ।କେବଳ କଷ୍ଟକୁ ସହି ଆଗକୁ ବଢ଼ିବାର ଚେଷ୍ଟା କରିବା ଉଚିତ୍ ।ବର୍ତ୍ତମାନ କର୍ଣ୍ଣାଟକ ସରକାର ତାଙ୍କୁ ଡି ଆଇ ଜି ପୋଷ୍ଟ ଦେଇଛନ୍ତି ଯାହା ବର୍ତ୍ତମାନ ସେ କାର୍ଯ୍ୟରତ। ସେ ଇଚ୍ଛା କରିଛନ୍ତି ଯେ ତାଙ୍କ ଗ୍ରାମ ଚନ୍ଦ୍ରଶେଖରପୁର ଠାରେ ଏକ ଷ୍ଟାଡିୟମ୍ କରିବା ପାଇଁ। ତେବେ ସେ କିଛି ପରିମାଣ ଜମି ଯୋଗାଡ଼ କରିଛନ୍ତି,ଯଦି ଓଡ଼ିଶା ସରକାରଙ୍କ ତରଫରୁ ଆର୍ଥିକ ସାହାଯ୍ୟ ମିଳନ୍ତା ତେବେ ବହୁ ପିଲାଙ୍କୁ ସେଠାରେ ବିଭିନ୍ନ ଖେଳର ଟ୍ରେନିଂ ଦିଆଯାଇ ବହୁ ଆନ୍ତର୍ଜାତୀୟ କ୍ରୀଡାବିତ୍ ସୃଷ୍ଟି କରାଯାଇ ପାରନ୍ତା।ବଡବିଲ ଏସ ଡି ପି ଓ ଶ୍ରୀ ଦେବେନ୍ଦ୍ର ନାଥ ପିଙ୍ଗୁଆ ତାଙ୍କ ଭଳି ଖେଳ ରତ୍ନଙ୍କୁ ପାଇ ତାଙ୍କୁ ପୁଷ୍ପ ଗୁଛ ସହ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ।

