ବାରିପଦା, ୨୮/୧୦(ପାଇକପୁଅ)ମୟୁରଭଞ୍ଜ କଳା ଏକାଡ଼େମୀ ପକ୍ଷରୁ ୨୯ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ବାରିପଦା କଲ୍ୟାଣୀ ମହିଳା ସମିତି ଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୨୫୦ ପ୍ରତିଯୋଗୀ ଭାଗ ନେଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବରେ ଓଡିଶାର ଅଗ୍ରଣୀ ଚିତ୍ରଶିଳ୍ପୀ ଚାରୁଚନ୍ଦ୍ର ଦାସ, ସମ୍ମାନିତ ଅତିଥି ଭାବରେ ମହେନ୍ଦ୍ର ନାଥ ଦଣ୍ଡପାଟ ଓ ବିଶିଷ୍ଟ
ସାହିତ୍ୟିକ ତଥା ମୟୁରଭଞ୍ଜ ପୁସ୍ତକ ମେଳାର ସଭାପତି ପଦ୍ମନାଭ ସାହୁ ଯୋଗ ଦେଇ କଳା ମାଧ୍ୟମରେ ସଭ୍ୟତା ବଞ୍ଚିରହେ ବୋଲି କହିଥିଲେ. କାର୍ଯ୍ୟକ୍ରମରେ ପରିଚାଳନା ସଂସ୍ଥାର ସମ୍ପାଦକ ସ୍ୱରୂପକୁମାର ନାୟକ, ମୋନାଲିଶା ନାୟକ ଓ ଅମ୍ରିତ ହୋତା ପ୍ରମୁଖ ସହଯୋଗ କରିଥିବା ବେଳେ, ପ୍ରତିଯୋଗିତାର ବିଭିନ୍ନ ବିଭାଗରେ ଶୁଭଙ୍କର ପ୍ରତିହାରୀ, ଏମ. ସାଇ ପ୍ରୀତି, ଏମ. ସାଇ ଜ୍ୟୋତି, ପିୟୁଷ ପ୍ରିତମ ସାହୁ, ଦେବସ୍ମିତା ପାରମାଣିକ, ସାଇ ସତ୍ୟମ ମହାନ୍ତ, ଗରିମା ମହାପାତ୍ର, ବନିତା ରଣା, ଇନ୍ଦ୍ରନୀଲ ଭୌମିକ, ସଞ୍ଜନା ମହାନ୍ତ, ଅଭିନନ୍ଦନ ସିଂ, ମୋନାଲିସା ବେରା, ସାଇପ୍ରତ୍ୟୁଷା ବଂଶୀୟାର, ଜୟସ୍ମିତା ପାରମାଣିକ, କୀର୍ତିରାଜ ବେହେରା ପ୍ରମୁଖ ପୁରସ୍କୃତ ହୋଇଥିଲେ।

