ବାରିପଦା,୨୦/୧୦(ପାଇକପୁଅ)ମୟୂରଭଞ୍ଜ ଜିଲ୍ଲାର ଚାରିଟି ଉପଖଣ୍ଡ ରୁ ୨୦ ଜଣ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ପାଇଁ ଏକ ତାଲିମ ଶିବିର ବାରିପଦାର ଆଧାର କନଫରେନ୍ସ ହଲ ଠାରେ ଆୟୋଜିତ ହୋଇଯାଇଅଛି। ଏହି ତାଲିମ ଶିବିରରେ କଟକସ୍ଥିତ କ୍ଲାପ ଅନୁଷ୍ଠାନର ପୁରୁଷୋତ୍ତମ ସାହୁ ତାଲିମ ଦାତା ଭାବେ ଯୋଗଦେଇ କିଭଳି ଭାବେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନେ ତାଙ୍କ ଅନୁଷ୍ଠାନକୁ ପୁଣି ୨୦୨୬ ଏପ୍ରିଲ ୨୪ ତାରିଖ ସୁଦ୍ଧା ପୁନଃ ନବୀକରଣ କରିପାରିବେ ସେ ସଂପର୍କରେ ତାଲିମ ପ୍ରଦାନ କରିଥିଲେ।ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୨୬ ଏପ୍ରିଲ ୨୪ ପରେ ୧୮୬୦ ଅଧିନିୟମରେ ୨୦୧୭ ମସିହା ପୂର୍ବରୁ ପଞ୍ଜିକରଣ କରାଯାଇଥିବା ସମସ୍ତ ଅନୁଷ୍ଠାନ ମାନଙ୍କର ବୈଧତା ଶେଷ ହୋଇଯିବ। ଏହାର ଗୁରୁତ୍ଵକୁ ଉପଲବ୍ଧି କରି ମୟୂରଭଞ୍ଜ ଏନଜିଓ ନେଟୱର୍କ (ମନ) ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ସଂଯୋଜକ ବିବେକାନନ୍ଦ ପଟ୍ଟନାୟକ, ଦୀପକ ପାଣି, ତୁଷାର କାନ୍ତ ବେହେରା, ପ୍ରଦୀପ ଦାସମହାପାତ୍ର, ପ୍ରଣତୀ ଦାସ ପ୍ରମୁଖ ଶିବିର ପରିଚାଳନା କରିଥିଲେ।

