ମାଲକାନଗିରି,୧୭/୧୦ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୋବିନ୍ଦପାଲ୍ଲୀ ପଞ୍ଚାୟତ ରେ ଯନ୍ତ୍ରୀଙ୍କୁ ନେଇ ବର୍ତ୍ତମାନ ଜନ ଅସନ୍ତୋଷ ସାମ୍ନାକୁ ଆସିବାରେ ଲାଗିଛି। ଖଇରପୁଟ ବ୍ଲକର ପାନୀୟ ଜଳ ଯୋଗାଣ ବିଭାଗର ଯନ୍ତ୍ରୀ ହେଉଛନ୍ତି ଓଭୀଷ୍ମ ମଲ୍ଲିକ। ଏହି ଦାୟିତ୍ୱରେ ସେ ୧୦ ବର୍ଷରୁ ଅଧିକ ଦିନ ହେବ ସେ ଗୋଟିଏ ବ୍ଲକରେ ହିଁ ରହି ଆସୁଛନ୍ତି।ଏପଟେ ଖଇରପୁଟ ବ୍ଲକ ପ୍ରଶାସନ ମଧ୍ୟ ତାଙ୍କୁ ଗୋବିନ୍ଦପାଲ୍ଲୀ ପଞ୍ଚାୟତର ଯନ୍ତ୍ରୀ ଭାବେ ଏକ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ସେ ଦୀର୍ଘ ୪ ବର୍ଷ ଧରି ଗୋବିନ୍ଦପାଲ୍ଲୀ ପଞ୍ଚାୟତରେ ଯନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଉଛନ୍ତି। ତେବେ ଅଭିଯୋଗ ହେଉଛି ଯେ, ସେ ବାହାର ବ୍ଲକର ଠିକାଦାର ମାନଙ୍କୁ ଆଣି ପଞ୍ଚାୟତରେ ଥଇଥାନ କରିବାର ଯୋଜନା କରୁଛନ୍ତି। ଆଉ ଜଣେ ଠିକାଦାର ଅଭିଯୋଗ କରିଛନ୍ତି ଯେ, ସେ ଦୀର୍ଘ ଦେଢ଼ ବର୍ଷ ହେବ ଗୋଟିଏ ପାଇଖାନା ନିର୍ମାଣ କାମ କରିଛନ୍ତି କିନ୍ତୁ ବିଲ ପାଇଁ କହିବାରୁ ଟଙ୍କା ନାହିଁ ବୋଲି କହୁଛନ୍ତି ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ। ତେବେ ଯଦି ଟଙ୍କା ନଥିଲା ତେବେ ଯନ୍ତ୍ରୀ ମହାଶୟ କେମିତି କାମ କରାଇଦେଲେ। ଠିକାଦାର ଙ୍କୁ ହଇରାଣ କରାଇବାକୁ ଏହା ଏକ ଚକ୍ରାନ୍ତ ନୁହେଁ ତ ? ଏପଟେ ଗୋବିନ୍ଦପାଲୀରେ ଆଉ ଏକ ରାସ୍ତା ଉନ୍ନତିକରଣ କରଣ କାମ ଚାଲିଥିଲା ଯାହା ପାଇଁ ୧୦ ଲକ୍ଷ ଟଙ୍କା ଅଟକଳ ମୂଲ୍ୟ ଥିଲା। କିନ୍ତୁ ଠିକାଦାରଙ୍କୁ ପ୍ରଶୟ ଦେବା ପାଇଁ ଆଉ ଅଧିକା କାମ କରାଇ ବାହାର ବ୍ଲକର ଠିକାଦାରଙ୍କୁ ୪ ଲକ୍ଷ ଟଙ୍କାର ଆଉ ଅଧିକ ଟଙ୍କା ପ୍ରାବଧାନ ରଖିଛନ୍ତି। ତେବେ ଗୋଟିଏ ଠିକାଦାର ଙ୍କୁ ଦେଢ଼ ବର୍ଷ ହେବ ବିଲ କରୁନଥିବା ବେଳେ ଆଉ ଏକ ବାହାର ବ୍ଲକ ର ଠିକାଦାର ଙ୍କୁ ଲାଭ ଦେବା ପାଇଁ କେମିତି ଆର୍ଥିକ ଅନୁଦାନ ରଖା ଯାଉଛି ତାହା ସନ୍ଧେହ ଘେରରେ। ତେଣୁ ଗୋଟିଏ ଅନ୍ୟବିଭାଗ ର ଯନ୍ତ୍ରୀ ଙ୍କୁ ବ୍ଲକ ର ପଞ୍ଚାୟତ ଦାୟିତ୍ୱ ଦେବାର ଉଦ୍ଦେଶ୍ୟ କଣ ବୋଲି ପ୍ରଶ୍ନ ଉଠିଛି। ଏହି ବାବଦରେ ଆମେ ବ୍ଲକ ର ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ବେହେରା ଙ୍କୁ ଯୋଗାଯୋଗ କରିବାରୁ ସେ ଆଗକୁ ଏହାର ସମାଧାନ କରିବା ସହ ଯନ୍ତ୍ରୀ ଙ୍କ ବଦଳି ବିଡ଼ିଓ ଓ ବ୍ଲକ ଅଧ୍ୟକ୍ଷ ଙ୍କ ସହମତି ରେ ହେବ ବୋଲି ମତ ପ୍ରକାଶ କରିଛନ୍ତି।

