ବାରିପଦା, ୧୨/୧୦(ପାଇକପୁଅ)ମୟୁରଭଞ୍ଜ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା ଏବଂ ବନ୍ୟଜାତ ଦ୍ରବ୍ୟର ଉଚିତ ବ୍ୟବସାୟୀକରଣ ତଥା ହସ୍ତତନ୍ତ କୁଟୀର ଶିଳ୍ପ ମାଧ୍ୟମରେ ମୟୁରଭଞ୍ଜ ବାସୀଙ୍କୁ ସ୍ୱାବଲମ୍ବୀ କରିବା ଦାବିରେ ଭଞ୍ଜସେନା ତରଫରୁ ମୁଁ ସ୍ୱାବଲମ୍ବୀ ହେବି ଅଭିଯାନ ଚାଲିଥିବା ବେଳେ, ଏଥିପ୍ରତି ଆକର୍ଷିତ ହୋଇ ଆଜି ଭଞ୍ଜସେନା ଶାମାଖୁଣ୍ଟା ବ୍ଲକ ଉପସଭାପତି ଜିତୁ ସିଂଙ୍କ ନେତୃତ୍ଵରେ ପାଖାପାଖି ୭୦୦ ଶହରୁ ଉର୍ଦ୍ଧ୍ବ ଯୁବ ଛାତ୍ର ଭଞ୍ଜସେନାରେ ସାମିଲ ହୋଇଛନ୍ତି।ସାମିଲ ହୋଇଥିବା ପ୍ରମୁଖ ସଂଗଠକ ମାନଙ୍କ ମଧ୍ୟରେ ବିଜୁ ଜନତା ଦଳର ଦିପୁ ଦାସ, ଶିବ ବଗାଳ, ମାନସ ମହାନ୍ତ, ବାପୁନ ମହାନ୍ତ, ପ୍ରବୀର ମାହାନ୍ତ, ଅଜୟ ସିଂ, ସୁସାନ୍ତ ସିଂ, ମନୋଜ ମହାନ୍ତି, ଆକାଶ ମହାପାତ୍ର, ରୁଦ୍ର ମହାନ୍ତ, ରାଜା ବେହେରା, ଫାୟାର ମଣ୍ଡଳ, ପିଣ୍ଟୁ ସିଂ ପ୍ରମୁଖ ରହିଛନ୍ତି। ଭଞ୍ଜସେନାର ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ଵରେ ଅନୁଷ୍ଠିତ ମିଶ୍ରଣ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ସଂଜୀବ ରାଉତ, ଜିଲ୍ଲା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ଜିଲ୍ଲା ଆବାହକ ରାକେଶ ବେହେରା, ବାରିପଦା ସହର ସଭାପତି ରାକେଶ ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଯୋତିରଞ୍ଜନ ପୃଷ୍ଟି, ଜିଲ୍ଲା ଯୁବଶାଖା ସଭାପତି ଏସ.କେ.ରାଜାଖାନ, ଶାମାଖୁଣ୍ଟା ବ୍ଲକ ସଭାପତି ଶୁଭମ ସିଂ, ବ୍ଲକ କାର୍ଯ୍ୟକାରୀ ସଭାପତି ଦୀପକ ବେହେରା ପ୍ରମୁଖ ନୂତନ ସଦସ୍ୟ ମାନଙ୍କୁ ସ୍ୱାଗତ ଜଣାଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଯୁବ ନେତା ଜୁଜୁ ବେହେରା, ପଙ୍କଜ କରଣ, ମୁକ୍ତିଦତ୍ତ ପରିଡା, ଚନ୍ଦନ ସାହୁ, ସଞ୍ଜୟ ମହାନ୍ତ ,ସଞ୍ଜୟ ମାହାର୍ଣା, ସୌମ୍ୟରଞ୍ଜନ ଦାସବାବୁ, ସମ୍ପଦ ପ୍ରୁଷ୍ଟି, ଶମ୍ଭୁ ରଣା, ସତ୍ୟ ପ୍ରୁଷ୍ଟି, ମହିଳା ଶାଖା ସହର ସଭାପତି ରୂପାଲି ରୁପନ୍ବୀତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

