କାଲିମେଳା ୨୭/୦୯(ସନ୍ତୋଷ କୁମାର ପଣ୍ଡା)ଓଡ଼ିଶା ଅବକାରୀ କମିଶନର ଡି ଆନେଶ୍ବର ରେଡ୍ଡୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ଏକ ମାସ ଧରି ଅବକାରୀ ବିଭାଗ ତରଫରୁ ଚୋରା ଗଞ୍ଜେଇ ଓ ମଦକଦ୍ରବ୍ୟ ଚୋରାଚାଲାଣକାରୀଙ୍କ ବିରୁଦ୍ଧରେ ବିଶେଷ ଅଭିଯାନ ଚାଲିଥିବା ସମୟରେ ଗତକାଲି କାଲିମେଳା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା।ମାଲକାନଗିରି ଜିଲ୍ଲା କାଲିମେଳା ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ପାଟ୍ରୋଲିଂ କରୁଥିବା ସମୟରେ କାଲି ମେଳା ଥାନା ଅନ୍ତର୍ଗତ ଭେଜାଙ୍ଗଓ୍ବାଡା ଗ୍ରାମର କେନାଲ ରୋଡରେ କାଲିମେଳା ଅବକାରୀ ଅଧିକାରୀ( ଓଆଇସି) ଦୀପକ କୁମାର ସାମଲଙ୍କ ଦ୍ବାରା ଏକ ଚାରି ଚାକିଆ ଗାଡି କୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ କରିବା ସମୟରେ ୪୦ କିଲୋ ଗଞ୍ଜେଇ ପାଇଥିଲେ। ଯେଉଁଥିରେ ୪୦ କିଲୋ ଚୋରା ଗଞ୍ଜେଇ ଏବଂ ଟାଟା ଇଣ୍ଟ୍ରା ଭି-୧୦ ଚାରି ଚକିଆ ଗାଡି ଜବତ କରାଯିବା ସହ୨ଜଣ ଗଞ୍ଜେଇ ଚାଲାଣ କାରୀକୁ ଧରିବାରେ ସଫଳ ହୋଇଛନ୍ତି।ଏହି ଘଟଣାରେ ମୋଟୁ ଗ୍ରାମର ପୂର୍ବତନ ସରପଞ୍ଚ ସୋଡି ମୁନ୍ନା ଏବଂପୁସୁଗୁଡା ଗ୍ରାମର ଆଶିଷ ସାଲବାମ ନାମକ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ସୋଡି ମୁନ୍ନା ପୂର୍ବରୁ ଛତିଶଗଡ଼ ପୋଲିସ ଓ ଓଡ଼ିଶା ପୋଲିସ ଖୋଜୁଥିବା ବେଳେ କାଲିମେଳା ଅବକାରୀ ବିଭାଗ ତାକୁ ଧରିବାରେ ସକ୍ଷମ ହୋଇଛନ୍ତି । ଏହି ପେଟ୍ରୋଲିଂ ସମୟରେ କନେଷ୍ଟବଳ ପ୍ରବୀଣ କୁମାର ସାହୁ, ସୁଜାତା ହିଆଲ ଏବଂ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ଉପସ୍ଥିତ ରହିବା ସହ ଏହାର ଅଧିକ ତଦନ୍ତ ଜରିରହିଛି।


