ବାରିପଦା,୨୭/୦୯(ପାଇକପୁଅ)ଏକ ନାବାଳିକା ଗଣଦୁଷ୍କର୍ମ ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଜଜ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ଏସ. କେ. ନାୟକ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଆଜୀବନ ଦଣ୍ଡ ସହ ୧୦ହଜାର ଟଙ୍କାର ଜରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୬ ମାସର ଦଣ୍ଡାଦେଶ ଶୁଣାଇଛନ୍ତି।ସେହିପରି ପୀଡିତା ନାବାଳିକା ଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ କେନ୍ଦୁଆ ଗ୍ରାମର ଅସିତ ବେହେରା(୨୫) ବୋଲି ଜଣାଯାଇଛି। ସୂଚନା ମୁତାବକ ଗତବର୍ଷ ନଭେମ୍ବର ୪ ତାରିଖ ସଂନ୍ଧ୍ୟା ୭ଘଟିକା ସମୟରେ ନାବାଳିକା ଜଣକ ନିଜ ଘରପାଖ ଦୋକାନଙ୍କୁ ସଉଦା ଆଣିବାକୁ ଯାଉଥିବା ବେଳେ, ତାକୁ ଅଭିଯୁକ୍ତ ଜଣକ ବଳ ପୂର୍ବକ ମୁହଁରେ କପଡା ଦେଇ ଏବଂ ହାତକୁ ଦଉଡ଼ିରେ ବାନ୍ଧି ଉଠାଇ ନେଇ ବଳ ପୂର୍ବକ ଦୁଷ୍କର୍ମ କରିଥିଲେ ଏବଂ ଏକଥା ଘରେ ବା ଅନ୍ୟ କାହାକୁ ଜଣାଇଲେ ଜୀବନରେ ମାରିଦେବ ବୋଲି ଧମକ ଦେଇଥିଲେ। ପରେ ନାବାଳିକା ଜଣକ ପଡୋଶୀଙ୍କ ସହାୟତାରେ ଘରକୁ ଫେରି ଘଟଣା ବିଷୟରେ ଘରେ କହିବା ପରେ ଘଟଣା ଘଟିବାର ପରଦିନ ନାବାଳିକାଙ୍କ ମାଆ ବୈଶିଙ୍ଗା ଥାନାରେ ରିଖରେ ଏତେଲା ଦେଇଥିଲେ। ପୋଲିସ ତୁରନ୍ତ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବା ସହିତ ଘଟଣାର ତଦନ୍ତ କରି ଚଳିତବର୍ଷ ଜାନୁୟାରୀ ୨ କୋର୍ଟରେ ତାରିଖ ଚାର୍ଜସିଟ ଦାଖଲ କରିଥିଲା। ପୋଲିସର ତଦନ୍ତ ରିପର୍ଟ, ସାକ୍ଷୀ ମାନଙ୍କର ବୟାନ ଏବଂ ଡାକ୍ତରୀ ରିପର୍ଟ କୁ ଭିତ୍ତିକରି ମାନ୍ୟବର ଅଦାଲତ ଏହି ଦଣ୍ଡ ଶୁଣାଣି କରିଛନ୍ତି। ଏହି ମାମଲାକୁ ସରକାରୀ ଓକିଲ ମନୋରଞ୍ଜନ ପଟ୍ଟନାୟକ ପରିଚାଳନା କରୁଥିଲେ।


