ଭୁବନେଶ୍ୱର, ୨୬/୦୯ (ପାଇକପୁଅ)ଯାଜପୁର ଜିଲ୍ଲାର ଐତିହ୍ୟ, ସାଂସ୍କୃତିକ ପରମ୍ପରା, ବିରଜା ସଂସ୍କୃତିର ଇତିହାସ,ଭାରତର ସ୍ଵାଧୀନତା ସଂଗ୍ରାମ ଓ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଇତ୍ୟାଦିରେ ଯାଜପୁର ଜିଲ୍ଲାରଅବଦାନ ଉଲ୍ଲେଖନୀୟ । ଯାଜପୁର ଜିଲ୍ଲା ଓଡିଆ ସାହିତ୍ୟ ଓ ସଂସ୍କୃତିର ପ୍ରାଣକେନ୍ଦ୍ର ।ରାଜ୍ୟ ସରକାର ଓଡିଶାର ବିଭିନ୍ନ ସ୍ଥାନରେ ୭୫ଜଣ ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ନିଷ୍ପତିନେବା ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ । ଏହା ପୂର୍ବରୁ ୩୦ଟି ଗ୍ରାମକୁ ଐତିହ୍ୟ ଗ୍ରାମ ମାନ୍ୟତା ଦେବା ଖବର ପ୍ରକାଶ ପାଇଛି । ଦୁଃଖ ଓ ପରିତାପର ବିଷୟ ଯେ, ଯାଜପୁର ଜିଲ୍ଲାର କୌଣସି ବରପୂତ୍ରଙ୍କର ପ୍ରତିମୂଳ ସ୍ଥାପନ ହେବାର ଏଥରେ ସ୍ଥାନ ନାହିଁ । ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାକୁ ଉପେକ୍ଷା କରାଯାଇଛି । ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାର, କବିମଂଜୁଳ କୃଷ୍ଣପ୍ରସାଦ ବସୁ, ନାଟ୍ୟକାର କାମପାଳ ମିଶ୍ରଙ୍କର ସାହିତ୍ୟକୃତି ଅତୁଳନୀୟ । ସେହିପରି ଆଦିନେତା ବିଚିତ୍ରାନନ୍ଦ ଦାସ ଓ ଉତ୍କଳପ୍ରାଣ ବ୍ରଜସୁନ୍ଦର ଦାସଙ୍କର ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଓଡିଆ ଭାଷାର ପ୍ରଚାର ପ୍ରସାର ଦିଗରେ ଅବଦାନ ଅବିସ୍ମରଣୀୟ । ଯାଜପୁର ଜିଲ୍ଲାର କୃତିସନ୍ତାନ ଓ ବରପୁତ୍ର ମାନଙ୍କର ପୂଣ୍ଡାଙ୍ଗ ପ୍ରତିମୂର୍ତ୍ତି ରାଜଧାନୀ ଭୁବନେଶ୍ଵରରେ ପ୍ରତିଷ୍ଠା ପାଇଁ
ସରକାରଙ୍କୁ ବହୁବାର ନିବେଦନ କରାଯାଇଛି ।
ଯାଜପୁର ସଂସ୍କୃତି ଓ ବିକାଶ ପରିଷଦ, ଭୁବନେଶ୍ଵର ରାଜ୍ୟ ସରକାରଙ୍କୁ ବିନମ୍ର ନିବେଦନ କରେ ଯେ, ୭୫ ଜଣ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନରେ ଅନ୍ତତଃ ଯାଜପୁର ଜିଲ୍ଲାର ୪ଜଣଙ୍କୁ ଏଥିରେ ସାମିଲ କରାଯାଉ । ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାର, କବିମଂଜୁଳ କୃଷ୍ଣପ୍ରସାଦ ବସୁ,ଅଦିନେତା ବିଚିତ୍ରାନନ୍ଦ ଦାସ ଓ ଉତ୍କଳପ୍ରାଣ ବ୍ରଜସୁନ୍ଦର ଦାସଙ୍କ ନାମ ଉଲ୍ଲେଖ ଯୋଗ୍ୟ।





