ବାରିପଦା ୨୬/୦୯(ପାଇକପୁଅ) ବାରିପଦା ନିକଟସ୍ଥ ଅସନଯୋଡ଼ା ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟରେ ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ ବାଳକ ବାଳିକା ବର୍ଗର ରଗବି ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ମାର୍ଗଦର୍ଶନରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକ ପ୍ରତିଯୋଗିତାକୁ ଉଦଘାଟନ କରିଥିବା ବେଳେ, ଅତିଥି ଭାବେ ଜିଲ୍ଲା ଶାରୀରିକ ଶିକ୍ଷା ଶିକ୍ଷକ ସଙ୍ଘର ସଂପାଦକ ସଞ୍ଜୟ କୁମାର ପ୍ରଧାନ, ବିଚାରକ ଭାବେ ଦିବ୍ୟରଞ୍ଜନ ଦାସ, ପ୍ରକାଶଚନ୍ଦ୍ର ସୋଏ, ମାଳିନୀ ସୋଏ, ରାଇମଣି ନାଏକ, ତାରିଣୀସେନ ନାଏକ, କ୍ରିଷ୍ଣା ଟୁଡୁ ଏବଂ ସେଣ୍ଟ୍ରାଲ ଅଫିସିଆଲ ଭାବେ ପ୍ରଦୀପ ଚୌଧୁରୀ ଯୋଗ ଦେଇଥିଲେ. ଓଡିଶା ରାଜ୍ୟସ୍ତରୀୟ ରଗବି ଫୁଟବଲ ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲ୍ଲାରୁ ୨୪ ଜଣ ପ୍ରତିଯୋଗୀ ଯୋଗ ଦେବା ପାଇଁ ଚୟନ ହୋଇଛନ୍ତି ସେମାନଙ୍କ ମଧ୍ୟରେ ୧୭ ବର୍ଷରୁ କମ ବାଳକ ବିଭାଗରେ ଶ୍ରୀକାନ୍ତ ସିଂ, କାଶୀନାଥ ଟୁଡୁ, ଦଶରଥ ମାଝି, ରାମଚନ୍ଦ୍ର ହେମ୍ବ୍ରମ, ବାଦଲ ନାୟକ, ରାମଚନ୍ଦ୍ର ହେମ୍ବ୍ରମ, ହୃଦାନନ୍ଦ ସିଂ, ଶରତ ଦେହୁରୀ, ସୁକୁଲ ବାସ୍କେ, ଯଦୁ ଗୋଡ଼ସୋରା, ଫାଗୁ ମୁର୍ମୁ, ରହିଦାସ ସିଂ ଓ ବାଳିକା ବିଭାଗରେ ସୁମିତ୍ରା ମୁର୍ମୁ, ସୁଦଶନା କ୍ରିଷ୍ଣା ନାଏକ, ଦୁଲାରୀ ହାଁସଦା, ଜୟନ୍ତୀ ବାସ୍କେ, ଶୁଭଦ୍ରା ସୋରେନ, ସାଲଗେ ମୁର୍ମୁ, ସବିତା ସୋରେନ, ପାଏଲ ହାଁସଦା, ସନ୍ଧ୍ୟା ସୋରେନ, ସୀତା ମାରାଣ୍ଡି, ସୁଲେନା ହେମ୍ବ୍ରମ, ପଦ୍ମାବତୀ ସିଂ ସାମିଲ ଥିବାର ଜଣାଯାଇଛି।





