କୋଣାର୍କ, ୧୯/୦୯(ପାଇକପୁଅ)କୋଣାର୍କ ଏନଏସି ଅଧିନସ୍ଥ ୫ନମ୍ବର ୱାର୍ଡ ଡାଳିମ୍ବ ଗୋରଡ଼ି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ପ୍ରଧାନ ଶିକ୍ଷୟିତ୍ରୀ ସ୍ନେହମୟୀ ସ୍ୱାଇଁଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ବେଳେ ତାଙ୍କ ବଦଳିକୁ ବାତିଲ କରିବା ପାଇଁ ଛାତ୍ର ଓ ଅଭିଭାବକଙ୍କ ପକ୍ଷରୁ ଗୋପ ମଣ୍ଡଳ ଶିକ୍ଷାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ସ୍ନେହମୟୀ ସ୍ୱାଇଁ ଶୃଙ୍ଖଳିତ ଭାବେ ବିଦ୍ୟାଳୟ ପରିଚାଳନା କରୁଥିବା ବେଳେ କୌଣସି କାରଣ ନ ଥାଇ ତାଙ୍କୁ ଚନ୍ଦ୍ରଭାଗା ସ୍ଥିତ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ କୁ ବଦଳି କରାଯାଇଛି । ଏହା ଛାତ୍ର ଓ ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଶିକ୍ଷା ବିଭାଗ ସ୍ନେହାମୟୀ ସ୍ୱାଇଁଙ୍କ ବଦଳି ବାତିଲ କରି ପୁନର୍ବାର ଡାଳିମ୍ବ ଗୋରଡ଼ି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟକୁ ଫେରାଇ ନ ଆଣିଲେ ଗ୍ରାମବାସୀ, ଛାତ୍ର, ଓ ଅଭିଭାବକଙ୍କ ପକ୍ଷରୁ ଆନ୍ଦୋଳନର ପନ୍ଥା ଅବଲମ୍ବନ କରାଯିବ ବୋଲି ଗ୍ରାମର ଗଙ୍ଗାଧର ବେଉରା, ଗଗନ ବିହାରୀ ବେଉରା, ପୂର୍ବତନ କାଉନସିଲର ବିମ୍ବାଧର ବେଉରା, ପଦ୍ମ ଚରଣ ବେଉରା, ସମୀର ବେଉରା, କର୍ଣ୍ଣ ବେଉରା, ସବିତା ବେଉରା, ମିତାଲି ବେଉରା, ସୁମନ୍ତ ବେଉରା ଙ୍କ ସମେତ ଶତାଧିକ ଗ୍ରାମବାସୀ ଓ ଅଭିଭାବକ ମାନେ ଚେତାବନୀ ଦେଇଛନ୍ତି।

