ମାଲକାନଗିରି,୧୭/୯ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ନଗର ବିଜେପି ପକ୍ଷରୁ ଏକ ପେଡ ମା କେ ନାମ ୨.୦’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ଜନ୍ମ ଦିବସ ଅବସରରେ ସାରା ଭାରତବର୍ଷରେ ଏହି ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଏହି ପରିପ୍ରେକ୍ଷୀରେ ଆଜି ବାଲିମେଳା ବିଜେପି ପକ୍ଷରୁ ମଧ୍ୟ ସହରର ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ର, ସ୍ୱାମୀ ବିବେକାନନ୍ଦ କ୍ଳବ ଏବଂ ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟରେ ଚାରା ରୋପଣ କରାଯାଇଥିଲା। ପାଖାପାଖି ୨୦୦ ରୁ ଉର୍ଦ୍ଧ୍ବ ଚାରା ରୋପଣ କରାଯାଇଥିବା ନଗର ସଭାପତି ସୀମାଞ୍ଚଳ ପ୍ରଧାନ କହିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ବାଲିମେଳା ନଗରର ସମସ୍ତ ଯୁବ ବିଜେପି କର୍ମକର୍ତ୍ତା ଏବଂ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ କୋରୁକୋଣ୍ଡା ସାଂସଦ ପ୍ରତିନିଧି ଅକ୍ଷୟ ବିଶ୍ୱାଳ, ପୂର୍ବତନ ନଗର ବିଜେପି ସଭାପତି ପ୍ରଦୀପ ନାୟକ, ଯୁବ ବିଜେପି ନେତା ମନୋଜ ଖିଲ ପ୍ରମୁଖ ସାମିଲ ହୋଇ ଚାରା ରୋପଣ କରିଥିଲେ।

