କୋଣାର୍କ, ୧୭/୦୯(ପାଇକପୁଅ) ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା କୋଣାର୍କ ତଥା ଆଖପାଖ ଅଞ୍ଚଳରେ ଧୁମଧାମରେ ପାଳିତ ହୋଇଯାଇଅଛି। ବୁଧବାର କନ୍ୟା ସଂକ୍ରାନ୍ତି ଅବସରରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ଉପଲକ୍ଷେ କୋଣାର୍କ ଅଞ୍ଚଳରେ ଥିବା ବିଭିନ୍ନ ଅନୁଷ୍ଠାନ ଓ ନିଖିଳ ଉତ୍କଳ ବିଶ୍ଵକର୍ମା ସମିତି,ଓଡ଼ିଶା ଗୋପ ବ୍ଲକ ପକ୍ଷରୁ ପ୍ରଭୁଙ୍କ ପୂଜା ସହ ଏକ ବୈଠକ ଅନୁଷ୍ଟିତ ହୋଇଛି। ଏହି ଅବସରରେ ବିଦ୍ୟୁତ କାର୍ଯ୍ୟାଳୟ, ପି ଏଚ ଡି କାର୍ଯ୍ୟାଳୟ , ବିଭିନ୍ନ ଇଞ୍ଜିନୟରିଂ ପ୍ରତିଷ୍ଠାନରେ ମୃଣାଳୀୟ ମୂର୍ତ୍ତି ସ୍ଥାପନା କରାଯାଇ ପୂଜାର୍ଚ୍ଚନା କରାଯାଇଥିବା ଦେଖିବାକୁ ମିଳିଛି।ଅନ୍ୟପଟେ ନିଖିଳ ଉତ୍କଳ ବିଶ୍ଵକର୍ମା ସମିତି, ପୁରୀ ଜିଲ୍ଲା ଗୋପ ବ୍ଲକ ଶାଖା ପକ୍ଷରୁ ସମିତି ଗୃହ କୋଣାର୍କ ଠାରେ ବିଶ୍ଵକର୍ମା ପୂଜା ପାଳିତ ହୋଇଯାଇଛି। ସମିତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋପ ବ୍ଲକ ଅଧିନ ସମସ୍ତ ପଞ୍ଚାୟତର ବିଶ୍ଵକର୍ମା କୂଳର ଭାଇ ମାନେ ଯୋଗଦେଇ ନିଜ ଜାତିର ଉନ୍ନତି,କୋଣାର୍କରେ ଧର୍ମପଦ ପ୍ରତିମୂର୍ତ୍ତି ସ୍ଥାପନା ସହ ମୌଳିକ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମତ ପ୍ରକାଶ ପାଇଥିଲା। ଗୋପବ୍ଲକର ସଭାପତି ମଙ୍ଗରାଜ ମହାରଣାଙ୍କ ସମେତ ସମ୍ପାଦକ ଦେବରାଜ ମହାରଣା, ପ୍ରଶାନ୍ତ ମହାରଣା, ରଶ୍ମିରଞ୍ଜନ ମହାରଣା, ରାମ ଚନ୍ଦ୍ର ମହାରଣା, ପଞ୍ଚାନନ ମହାରଣା, ଅମରେଶ୍ୱର ଓଝା, ପ୍ରତାପ ମହାରଣା, ସର୍ବେଶ୍ଵର ମହାରଣା,ନରହରି ମହାରଣା, ବିଚିତ୍ର ଓଝା, ବୈଷ୍ଣମ ମହାରଣା,ପବିତ୍ର ଓଝା, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରକାଶ ଚନ୍ଦ୍ର ଓଝା କର୍ତ୍ତାରୂପେ କାର୍ଯ୍ୟ ସମ୍ପାଦନା କରିଥିଲେ।

