ମାଲକାନଗିରି,୧୭/୦୯ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ତତ୍ୱାବଧାନରେ ମଙ୍ଗଳବାର ପୂର୍ବାହ୍ନ ୧୦ ଘଟିକା ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶିଳା ହିଆଲଙ୍କ ନେତୃତ୍ୱରେ ୧୨ ତମ ବାର୍ଷିକ ଜିଲ୍ଲା ସ୍ଥରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀ,ସ୍ୱତନ୍ତ୍ର ସମ୍ମାନିତ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁଖିଲ, ଅତିରିକ୍ତ ଜିଲ୍ଲାପାଳ ମୁନା ତୁର୍କୁ , ଏନ୍ଏସି ଉପାଧ୍ୟକ୍ଷା ରଶ୍ମିତା ବାଙ୍କା,ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀପ୍ରସାଦ ଦୋରା, କାଉନସିଲର ମନୋଜ ଦେଵ ପାଙ୍ଗି, ଦେବେନ୍ଦ୍ର ଦାସ, ତୁଳାମଣି ଛତି ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ, ଭାଗିରଥି ବେହେରା, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ କାର୍ତ୍ତିକ ଚନ୍ଦ୍ର ବେହେରା, କୋରୁକୋଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅସିତ ମିସ୍ତ୍ରୀ, ଚିତ୍ରକୋଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ, କାଲିମେଳା ଗୋଷ୍ଠୀ ଶିକ୍ଷା ଅଧିକାରୀ ରବୀନ୍ଦ୍ରନାଥ ଧର,,ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର ଯୁଗ୍ମ ସମ୍ପାଦକ ଶିବଦତ୍ତ ସାହୁ, ବାଲିମେଳା ପ୍ରେସ କ୍ଲବର ସଭାପତି ରବି ରଶ୍ମି ଗୁରୁ, ବିଦ୍ୟାଳୟ ଆଲୁମିନା ଦିଲ୍ଲୀପ ବେପାରୀ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶରତଚନ୍ଦ୍ର ରାଉତ ପ୍ରମୁଖ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ଶିକ୍ଷକ ଶେଷଦେଵ ପ୍ରଧାନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ।ଏହା ପରେ ମଞ୍ଚାସିନ ଅତିଥି ମାନେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦ୍ବୀପ ପ୍ରଜ୍ବଳନ କରିବା ସହ କ୍ରୀଡ଼ା ପତ୍ତକା ଉତ୍ତୋଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।ପିଲାମାନେ ଠିକ ଭାବରେ ପାଠ ପଢ଼ିବା ସହିତ ଖେଳ ପ୍ରତି ରୁଚି ରଖୁଥିବା ଛାତ୍ରଛାତ୍ରୀ ମାନେ କ୍ରୀଡ଼ା ପ୍ରତି ଅପ୍ରାୟିତ ରହିବା ସହିତ ନିଷ୍ଠାପର ଭାବେ ଅଭ୍ୟାସରତ ରହିଲେ ନିଶ୍ଚିତ ଭାବେ ବିଭିନ୍ନ କ୍ରୀଡ଼ାରେ ଏହି ପିଲାମାନେ ଆଗାମୀ ଦିନରେ କ୍ରୀଡ଼ା କ୍ଷେତ୍ରରେ ପ୍ରତିଭା ହାସଲ କରିବା ସହିତ ନିଜ,ନିଜ ବିଦ୍ୟାଳୟର, ଜିଲ୍ଲାର ନାମ ଅର୍ଜନ କରିପାରିବେ ବୋଲି ମଞ୍ଚାସିନ ଅତିଥି ମାନେ ନିଜ ବକ୍ତବ୍ୟରେ ପିଲା ମାନଙ୍କୁ ପରାମର୍ଶ ଦେଇଥିଲେ।କ୍ରୀଡ଼ା କ୍ଷେତ୍ରରେ ମାଲକାନଗିରି ଜିଲ୍ଲାର ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଏକ କ୍ରୀଡ଼ା ଛାତ୍ରାବାସ ନିର୍ମାଣ କରିବାକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ନିଜ ବକ୍ତ୍ୟବ୍ୟ ରେ ପ୍ରସ୍ତାବ ଆଗତ କରିଥିଲେ।ଉକ୍ତ ପ୍ରସ୍ତାଵକୁ ସମ୍ମାନ ଜଣାଇ ଏବଂ ଏହାକୁ ଗୁରୁତ୍ବର ସହ ନେଇ ସାଂସଦ ଶ୍ରୀ ମାଝୀ ଏବଂ ବିଧାୟକ ଶ୍ରୀ ମଙ୍ଗୁ ନିଜ ଅଭିଭାଷଣରେ କହିଥିଲେ ଯେ ଏହି ସମ୍ପର୍କରେ ବିଭଗୀୟ ରାଜ୍ୟ କତ୍ତୃପକ୍ଷ ଏବଂ ବିଭଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ଏହା କିପରି ତୁରନ୍ତ କାର୍ଯ୍ୟକ୍ଷମ ହୋଇପାରିବ ସେନେଇ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ୨ଜଣ ପ୍ରତିଶୃତି ଦେଇଥିଲେ।ଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏହି ଜିଲ୍ଲା ସ୍ଥରୀୟ କ୍ରୀଡ଼ା ଉତ୍ସବରେ ବାଲିମେଳା ସହର ସମେତ ଜିଲ୍ଲାର ୭ ଟି ବ୍ଲକରୁ ୧୭ ବର୍ଷରୁ କମ ଏବଂ ୧୪ ବର୍ଷରୁ କମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୮ ପ୍ରକାର କ୍ରୀଡ଼ା ପ୍ରତିଯୋଗିତାରେ ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଛନ୍ତି।ଏହି କ୍ରୀଡ଼ା ଉତ୍ସବରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର କ୍ରୀଡା ଶିକ୍ଷକମାନେ ଉପସ୍ଥିତ ରହି ଚାଲିଥିବା କ୍ରୀଡ଼ା ପ୍ରତିଯୋଗିତା ଗୁଡ଼ିକୁ ସୁଚାରୁରୁପେ ପରିଚାଳନା କରୁଛନ୍ତି।ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ଶିକ୍ଷକ, ସତ୍ୟ ନାରାୟଣ ଦେ, ପ୍ରଶାନ୍ତ କୁମାର ବେହେରା ,କଳ୍ପତ୍ତରୁ ନାୟକ,ପ୍ରଭାତ କୁମାର ବେହେରା,ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ,ମୁଡ଼ା ମାଡ଼କାମୀ,ବୈକୁଣ୍ଠ ମହାନ୍ତି, ମାନସ ରଞ୍ଜନ ଜେନା, ଶିଶିର ରଞ୍ଜନ ବିଶ୍ୱାଳଙ୍କ ସମେତ ବାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଏଠାରେ ଚାଲିଥିବା ଦୁଇଦିନିଆ ଜିଲ୍ଲା ସ୍ଥରୀୟ କ୍ରୀଡ଼ା ଉତ୍ସବକୁ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରୁଛନ୍ତି ।ସୁରକ୍ଷାକୁ ଦୃଷ୍ଟିରୁରଖି ଓର୍କେଲ ଥାନା ଅଧିକାରୀ ଧୀରେନପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ କିଛି ପୋଲିସ ଅଧିକାରୀ ଓ କର୍ମଚାରୀ ଏଠାରେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି।

