ବାରିପଦା,୧୪/୦୯/(ପାଇକପୁଅ)ବାରିପଦା ମୁନିସିପାଲିଟି ଅନ୍ତର୍ଗତ ଲକ୍ଷ୍ମୀନାରାୟଣ ମନ୍ଦିର ପ୍ରାଙ୍ଗଣରେ କୁଜିଡ଼ିହି ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟରେ ୧୯୮୧ – ୮୩ ବ୍ୟାଚର ବନ୍ଧୁ ମାନଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କମଳ ଲୋଚନ ମହାକୁଡ଼ଙ୍କ ଆହ୍ୱାନ କ୍ରମେ ଆୟୋଜିତ ସଭାରେ ବୈକୁଣ୍ଠନାଥ ସାହୁ ସଭାପତିତ୍ୱ କରିଥିଲେ।ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ସଞ୍ଜୟ ଚୌଧୁରୀ ଓ ସ୍ୱତନ୍ତ୍ର ଅତିଥି ଭାବେ ସୁକାନ୍ତ ଜୀଉ ଯୋଗଦେଇ ସୁସ୍ଥ ସମାଜ ଗଠନରେ ଶିକ୍ଷକ ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାନ୍ତି ବୋଲି ପ୍ରକାଶ କରିଥିଲେ।ପ୍ରଶିକ୍ଷଣ ପ୍ରଦାନ କରିଥିବା ତତ୍କାଳୀନ ଗୁରୁ ଦିବାକର ତ୍ରିପାଠୀ, ଶଶାଙ୍କ ଶେଖର ଆଚାର୍ଯ୍ୟ, ଗଣେଶ ମହାନ୍ତି, ବିଜୟଲକ୍ଷ୍ମୀ ବେହେରାଙ୍କୁ ଉପସ୍ଥିତ ଛାତ୍ରଛାତ୍ରୀ ମାନେ ବନ୍ଦନା କରିବା ସହ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। କମଳ ଲୋଚନ ମହାକୁଡ଼ ଓ ପରିତୋଷ ଚୌଧୁରୀ ୪୫ ବର୍ଷ ତଳର ଗୁରୁଛାତ୍ର ଜୀବନର ସ୍ମୃତି ଚାରଣ କରିଥିବା ବେଳେ ଶ୍ରୀ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ।

