ଯୋଡ଼ା,୨/୦୯(ପାଇକପୁଅ)କେନ୍ଦୁଝର ଜିଲ୍ଲାର ଯୋଡ଼ା ପୌରପାଳିକା ରେ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଅଛି।ତେବେ ସକାଳ ୪.୩୦ ଘଟିକା ରୁ ଆରମ୍ଭ ହୋଇ ରାତ୍ର ୧୦ ଘଟିକା ରେ ଶେଷ ହୋଇଛି। ସକାଳ ୪.୩୦ ମିନିଟ ସମୟରେ ପ୍ରଭାତ ଫେରି, ୭ ଘଟିକା ରେ ମହାପୁରୁଷ ମାନଙ୍କର ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ,୮ ଘଟିକା ରେ ନଗରପାଳ ଙ୍କ ଦ୍ଵାରା ପୌରପାଳିକା ରେ ପତାକା ଉତ୍ତୋଳନ, ୯ ଘଟିକା ରେ ଛାତ୍ର ଛାତ୍ରୀ ଙ୍କୁ ମିଷ୍ଠାନ ବଣ୍ଟନ ,୧୦ ଘଟିକା ରେ ସରକାରୀ ଡାକ୍ତରଖାନା ଓ ବୁଦ୍ଧାଶ୍ରମ ରେ ଫଳ ବଣ୍ଟନ ୧୧ଘଟିକା ରେ ତିନିଟି ଉର୍ଣ୍ଣାୟନ କାର୍ଯ୍ୟର ଶୁଭ ଉଦ୍ଘାଟନ,ଅପରାନ୍ହ ୪ ଘଟିକା ରେ ସାଧାରଣ ସଭା ,୬ ଘଟିକା ରେ ମାନ୍ୟଗଣ ବ୍ୟକ୍ତି ଙ୍କୁ ସମ୍ମାନ ଓ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ ଏବଂ ସନ୍ଧ୍ୟା ୭ ଘଟିକା ରୁ ସଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇ ରାତ୍ର ୧୧ ଘଟିକା ରେ ଶେଷ ହୋଇଥିଲା।ଏହି ସଭାରେ ପୋୖରାଦକ୍ଷ ଡକ୍ଟର. ଜଗଦୀଶ ପ୍ରସାଦ ସାହୁ ଉଦ୍ଧ୍ଵଦନ ଦେଇ କହିଥିଲେ ଯେ ଯୋଡ଼ା ପୌରପାଳିକା ରେ ସ୍ଥିତ ୧୪ ଟି ୱାର୍ଡ ର କିପରି ସର୍ବାଙ୍ଗୀନ ଉର୍ଣ୍ଣତି ହୋଇପାରିବ ତାହା ଆମ୍ଭ ପୌରପରିଷଧ ସର୍ବଦା ଚେଷ୍ଟିତ।ସ୍ୱାୟତ ଶାସନ ଅର୍ଥାତ ନିଜ ଆୟତ୍ତ ମଧ୍ୟରେ ଶାସନ ପଦ୍ଧତି କୁ ରଖି ଛୁଆ ଠୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ଙ୍କ ପର୍ଯ୍ୟନ୍ତ ସର୍ବାଙ୍ଗୀନ ଉର୍ଣ୍ଣତି ସହ ଯୋଡ଼ା ସହରର ପର୍ଯ୍ୟାବରଣ, ଶିକ୍ଷା, ସ୍ୱାସ୍ତ୍ୟ ଏବଂ ରାସ୍ତା ଘାଟର ଉର୍ଣ୍ଣତି କରଣ ଏକାନ୍ତ ଆବଶ୍ୟକ ବୋଲି କହିଥିଲେ। ପରବର୍ତ୍ତୀ ସମୟରେ ଯୋଡ଼ା କାର୍ଯ୍ୟନିର୍ବାହୀ ଅଧିକାରୀ ଡାନିଷ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେମ।ତେବେ ଏହି ଶୋଭା ରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ବିଧାୟକ ଶ୍ରୀଯୁକ୍ତ ସନାତନ ମହାକୁଡ଼ ,ସମ୍ମାନନୀୟ ଅତିଥି ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡା, ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆ, ଓ.ଏମ.ସି ଆଞ୍ଚଳିକ ମୁଖ୍ୟ ଅବନୀ କାନ୍ତ ପ୍ରଧାନଏବଂ ମୁଖ୍ୟ ବକ୍ତା ଭାବେ ବଡ଼ବିଲ ମହାବିଦ୍ୟାଳୟ ର ଓଡ଼ିଆ ବିଭାଗ ଅଧ୍ୟାପକ ପ୍ରଫେସର ଡକ୍ଟର ଅସିତ କୁମାର ପ୍ରଧାନ ଯୋଗଦେଇଥିଲେ।ମୂଖ୍ୟ ଅତିଥି ସନାତନ ମହାକୁଡ଼ ନିଜ ଅଭିଭାଷଣ ରେ ଯୋଡ଼ା ଖଣି ମଣ୍ଡଳ ରେ ଥିବା ପ୍ରତିଷ୍ଠିତ ଖଣି କମ୍ପାନୀ କୁ ଆକ୍ଷେପ କରି କହିଥିଲେ ଯେ ଜନଶୁଣାଣୀ ବେଳେ କମ୍ପାନୀ ନିଯୁକ୍ତି, ପାରିପାର୍ଶ୍ବିକ ଉନ୍ନତି ଉପରେ ଗୁରୁତ୍ୱ ଦେବାର ପ୍ରତିଶୃତି ଦେଇ ବର୍ତ୍ତମାନ ସମୟ ରେ ଯୋଡ଼ା ଅଞ୍ଚଳର ଲୋକୋଙ୍କୁ ନିଯୁକ୍ତି, ଉନ୍ନତି, କ୍ଷେତ୍ରରେ ଅଣଦେଖା କରିବା ଅତି ଦୁଃଖଦ।ଆଗାମୀ ଦିନରେ ଯଦି କମ୍ପାନୀ ଏଥି ପ୍ରତି ଧ୍ୟାନ ନ ଦିଅନ୍ତି ତେବେ ଜୋର ଦାର ଵିରୋଧ କରାଯିବ ବୋଲି ଚେତାବନୀ ଦେଇଥିଲେ।ସେହିପରି ଉପଜିଲ୍ଲାପାଳ ନିଜ ବକ୍ତବ୍ୟ ରେ କହିଥିଲେ ଯେ ଯୋଡ଼ା ସହରକୁ ସ୍ୱଚ୍ଛ, ପରିଷ୍କାର ରଖିବାରେ ସତାଧିକ ସଫେଇ କର୍ମଚାରୀ ଙ୍କ ମୁଖ୍ୟ ଭୂମିକା ରହିଛି।ତେଣୁ ସଫେଇ କର୍ମଚାରୀଙ୍କୁ ବର୍ଷ ରେ ଥରେ ସମ୍ମାନିତ କରିବା ସାଙ୍ଗକୁ ଯୋଉ ମାନେ ଭଲ କାମ କରୁଛନ୍ତି ତାଙ୍କୁ ପ୍ରତ୍ୟେକ ମାସ କିମ୍ବା ୨ ମାସ ବ୍ୟବଧାନରେ ସମ୍ମାନିତ କରିବା ଉଚିତ। ଏପରି କଲେ ତାଙ୍କର ମନବଳ ବୃଦ୍ଧି ହେବା ସହ କାମ କରିବାର ଉତ୍ସାହ ରହିବ।ଏହି କାର୍ଯ୍ୟକ୍ରମ ରେ ଯୋଡ଼ା ପୌରପାଳିକା ର ଉପନଗରପାଳ ଶ୍ରୀମତୀ ସନ୍ଧ୍ୟା ପାତ୍ର ଏବଂ ୧୪ ଟି ୱାର୍ଡ ର ୱାର୍ଡସଭ୍ୟ ଏବଂ ପୌରପାଳିକା ର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ସୁଚାରୁ ରୁପେ ସମ୍ପନ୍ନ କରିଥିଲେ।

