ମାଲକାନଗିରି,୦୨/୦୯ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା ଓରକେଲ ପୋଲିସ ଗଛିତ ଥିବା ୪୩୯ କିଲୋ ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଛି।ମିଳିଥିବା ସୂଚନାନୁଯାୟୀ ଓରକେଲ ଥାନାଧିକାରୀ ଧୀରେନ ପଟ୍ଟନାୟକ ଖଇରିପୁଟ ବ୍ଲକ ଅନ୍ତର୍ଗତ ସୁନାନଗର ଗ୍ରାମ ନିକଟସ୍ଥ ପତ୍ରିପାଖନା ଜଙ୍ଗଲରେ ବିପୁଳ ପରିମାଣର ଗଂଜେଇ ଗଛିତ ଥିବା ସୋମବାର ମଧ୍ୟାହ୍ନ ସମୟରେ ବିଶେଷ ସୁତରୁ ଖବର ପାଇଥିଲେ। ଏହାପରେ ଏସଆଇ ଅଜିତ ସିଂ ବାରିହାଙ୍କ ନେତୃତ୍ୱରେ ଏକ ଟିମ ଉକ୍ତ ଘଟଣା ସ୍ଥଳକୁ ପଠାଇଥିଲେ। ପୋଲିସ ଟିମ ଯାଇ ଦେଖିଲା ବେଳକୁ ୧୮ଟି ବସ୍ତାରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ଏହାପରେ ବସ୍ତା ଗୁଡିକରେ ଥିବା ସମସ୍ତ ଗଂଜେଇ କୁ ଜବତ କରି ଓରକେଲ ଥାନା କୁ ନିଆଯାଇଥିଲା। କୁଡୁମୁଲୁଗୁମ୍ମା ମାଜିଷ୍ଟ୍ରେଟ କୃଷ୍ଣଚନ୍ଦ୍ର ଦାସଙ୍କ ସମ୍ମୁଖରେ ଜବତ ସମସ୍ତ ଗଂଜେଇ ଓଜନ କରାଯାଇଥିଲା। ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୨୫ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ତଦନ୍ତକାରୀ ଅଧିକାରୀ ମନୋହର ସାହୁ କହିଛନ୍ତି। ତେବେ ବାହାର ରାଜ୍ୟ କୁ ଚାଲାଣ ନିମନ୍ତେ ଏହି ଗଂଜେଇ ଗଛିତ ରଖାଯାଇଥିବା ସୂଚନା ମିଳିଥିବା ବେଳେ ଏହି ଘଟଣା ର ଅଧିକ ତଦନ୍ତ ଜାରି ରଖିଥିବା ଥାନାଧିକାରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।

