ମାଲକାନଗିରି,୦୧/୦୯ (ସୁଧାଂଶୁ ଶେଖର ମହାନ୍ତି)ନଦୀ ମଝିରେ ଫସି ରହିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲା ହେଲିକ୍ୟାପ୍ଟର, ମାଲକାନଗିରି ଓ ଛତିଶଗଡ ପ୍ରଶାସନର ମିଳିତ ଉଦ୍ୟମ ଯୋଗୁଁ ବଞ୍ଚିଗଲା ଜଣଙ୍କ ଜୀବନ। କିଛି ଏପରି ଚିତ୍ର ଆସିଛି ମାଲକାନଗିରି ଓ ଛତିଶଗଡ ସୀମାରେ ଥିବା ସାବେରୀ ନଦୀରୁ। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା କତାମାଟେରୁ ଗ୍ରାମର ଇର୍ମା ସୋଡି ନାମକ ଜଣେ ବ୍ୟକ୍ତି ଛତିଶଗଡର ସୁକୁମା ଜିଲ୍ଲାକୁ କଦଳୀ ବାଗିଚାରେ କାମ କରିବାକୁ ଯାଇଥିଲା। ତେବେ ଗତ ବିଳମ୍ବିତ ରାତିରେ ସବେରୀ ନଦୀରେ ଏକ ଦେଶୀ ଡଙ୍ଗାରେ ସେ ନିଜ ଘରକୁ ଫେରୁଥିବା ବେଳେ ନଦୀରେ ପ୍ରଖର ଜଳ ସ୍ରୋତ ଓ ଜଳ ସ୍ତର ବୃଦ୍ଧି ଯୋଗୁଁ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ଯାଇଥିଲା। ଫଳରେ ନଦୀ ମଝିରେ ଏକ ଏକ ଗଛ ଡାଳକୁ ଧରି ଫଶୀ ରହିଥିଲେ ଇର୍ମା। ଯେକୌଣସି ମତେ ନିଜ ଜୀବନ ବଞ୍ଚାଇବାକୁ ଇର୍ମା ସଫଳ ହୋଇଥିଲେ ହେଁ ନଦୀର ପ୍ରଖର ସ୍ରୋତ ମଧ୍ୟରେ ବାହାରକୁ ଆସି ପାରିନଥିଲେ। ରାତି ତମାମ ନଦୀ ମଧ୍ୟରେ ଫସି ରହିଥିବା ବେଳେ ସକାଳୁ କିଛି ଲୋକେ ଇର୍ମାଙ୍କୁ ନଦୀ ମଧ୍ୟରେ ଫସି ରହିଥିବା ଦେଖି ତୁରନ୍ତ ଶଠନୀୟ ସରପଞ୍ଚଙ୍କୁ ଏନେଇ ଅବଗତ କରାଇଥିଲେ। ଏନେଇ ସରପଞ୍ଚ ମଧ୍ୟ ତୁରଣତ ପଡିଆ ଦମକଳ ବାହିନୀକୁ ଖବର ଦେଇଥିବା ବେଳେ ସ୍ଥାନୀୟ ବିଧାୟକ ଓ ପ୍ରଶାସନକୁ ମଧ୍ୟ ଅବଗତ କରାଇଥିଲେ। ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ନିଜେ ଘଟଣା ସ୍ଥଳରେ ପହଞ୍ଚି ଏନେଇ ଛତିଶଗଡ ପ୍ରଶାସନ ସହ ଆଲୋଚନା କରିଥିଲେ। ନଦୀରେ ପ୍ରଖର ଜଳ ସ୍ରୋତ ଯୋଗୁଁ ଦମକଳ ବାହିନୀ ଇର୍ମାଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇଥିବାରୁ ଛତିଶଗଡ ସରକାର ହେଲିକ୍ୟାପ୍ଟର ଯୋଗେ ତାଙ୍କୁ ଉଦ୍ଧାର କରିବା ପାଇଁ କଥା ହୋଇ ତୁରନ୍ତ ସିଆରପିଏଫର ଏକ ହେଲିକ୍ୟାପ୍ଟର ଯୋଗେ ଇର୍ମାଙ୍କୁ ଉଧାର ପାଇଁ ଅପରେସନ ଆରମ୍ଭ କରଯାଇଥିଲା। ବହୁ ପ୍ରୟାସ ପରେ ଇର୍ମାଙ୍କୁ ଉଧାର କରି ହେଲିକ୍ୟାପ୍ଟର ଯୋଗେସୁକୁମା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ସେଠାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଇର୍ମା ବର୍ତ୍ତମାନ ସୁସ୍ଥ ଥିବା ଜଣା ପଡିଛି। ତେବେ ମାଲକାନଗିରି ପ୍ରଶାସନ ଓ ଛତିଶଗଡ ପ୍ରଶାସନ ସହ ବିଧାୟକଙ୍କ ସହଯୋଗରେ ଇର୍ମାଙ୍କ ଜୀବନ ବଞ୍ଚି ଯାଇଥିବାରୁ ସ୍ଥାନୀୟ ଲୋକେ କୃତଜ୍ଞତା ଜ୍ଞାପନ କରିଛନ୍ତି।

