
ବାଲିଗୁଡ଼ା, ୦୧/୦୯(ସଞ୍ଜୟ କୁମାର ପାଣିଗ୍ରାହୀ)ବାଲିଗୁଡା ଏନ୍ଏସି ପକ୍ଷରୁ ସ୍ୱୟତ୍ତଶାସନ ଦିବସ ପାଳିତ ହୋଇଯାଇଛି । ଭୋରରେ ରାମଧୁନ ପରିବେଷଣ କରାଯାଇଥିଲା।ପରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ଏନ୍ଏସି ପରିସରରେ ଅଧ୍ୟକ୍ଷ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଜରାଶ୍ରମ ଓ ଉପଖଣ୍ଡ ଚିକିତ୍ସାଳୟ ଫଳ ବଣ୍ଟନ କରାଯାଇଛି। ରାଜ୍ୟ ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ସମାରୋହ ସିଧା ପ୍ରସାରଣ କରାଯାଇଥିଲା । ଆୟୋଜିତ ସଭାରେ ମୁଖ୍ୟ ଅତିଥି,ଏନଏସି ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକଙ୍କ, ବ୍ଲକ ପ୍ରତିନିଧ ରଞ୍ଜିତ ସାହୁ, ବିବେକାନନ୍ଦ ଦଳେଇ, ଅଧ୍ଯକ୍ଷ ଗୋବିନ୍ଦ ପ୍ରଧାନ , ଉପାଧ୍ୟକ୍ଷ ଶାନ୍ତି ନାୟକ ଓ କାଉନସିଲର ମଞ୍ଚାସୀନ ଥିଲେ । ସ୍ୱାୟତ୍ତ ଶାସନ ଦିବସ ସମ୍ପର୍କରେ କାର୍ଯ୍ୟ ନିର୍ବାହୀ ଅଧୀକାରୀ କହିଥିଲେ । ବାଇଧର ବାବୁ ଅତିଥ୍ୟ ପରିଚୟ କରିଥଲେ । ପରେ ବଡାଖାନା ହୋଇଥିଲା ।

