ବାରିପଦା, ୩୦/୦୮(ପାଇକପୁଅ ) ମୟୁରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଗେଣ୍ଡାପୋଖାରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଏସଏମସି ସଭ୍ୟ ସଭ୍ୟା ଏବଂ ଗ୍ରାମବାସୀ ମାନେ ଆଜି ବାରିପଦା ଠାରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଭେଟି ଜଗନ୍ନାଥପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି କରିବାକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ, ୫୦୦ ଜଣ ଛାତ୍ର ଛାତ୍ରୀ ପାଠ ପଢ଼ଛନ୍ତି।କିନ୍ତୁ ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନଥିବାରୁ ବିଦ୍ୟାଳୟ ପରିଚାଳନାରେ ଅନେକ ସମସ୍ୟା ଦେଖାଯାଉଛି।ଛାତ୍ରଛାତ୍ରୀ ମାନେ ମଧ୍ୟ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି. ବ୍ଳକ ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ
ସତ୍ତ୍ଵେ କୌଣସି ସୁଫଳ ନମିଳିବାରୁ ଆଜି ଏସଏମସି ସଦସ୍ୟ ଏବଂ ଗ୍ରାମବାସୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଭେଟି ତୁରନ୍ତ ସ୍ଥାୟୀ ପ୍ରଧାନଶିକ୍ଷକ ନିଯୁକ୍ତି କରିବାକୁ ଦାବୀ ଜଣାଇଛନ୍ତି।ଏହି ପ୍ରତିନିଧି ମଣ୍ଡଳୀରେ ସ୍କୁଲର ପୂର୍ବତନ ଚେୟାରମେନ କାଶୀନାଥ ମୁର୍ମୁ, ଭୀମ ହେମ୍ବ୍ରମ, ଶିବୁ ହେମ୍ବ୍ରମ, ମାସାଂ ହାଁସଦା, ଯତୀନ୍ଦ୍ର ମାହାଲି, ଗୁରୁବାରି ମାହାଲି, ଭରତ ବାସକେ, ଧାନାଇ ମୁର୍ମୁ, ଗୁରୁଭା ମର୍ଣ୍ଡି, ରାମଜୀତ ହେମ୍ବ୍ରମ, ଶ୍ରୀରାମ ବାସ୍କେ , ବୁଦ୍ଧିଆ ହେମ୍ବ୍ରମ ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ।

