ବାରିପଦା, ୨୫/୦୮(ପାଇକପୁଅ)ସ୍ଥାନୀୟ ମହାରାଜପୁର ସ୍ଥିତ ମୟୁରଭଞ୍ଜ କଲେଜ ଅଫ ଏକାଉଣ୍ଟାନସି ଆଣ୍ଡ ମ୍ୟାନେଜମେଣ୍ଟର ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ ବିଭାଗ ଦ୍ୱାରା ଏକ ଦୁଇଦିନିଆ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଉଦଘାଟିତ ହୋଇଯାଇଛି।ଅଧକ୍ଷ ପ୍ରଦୀପ କୁମାର ନାୟକଙ୍କଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପିଜି କାଉନସିଲର ଅଧକ୍ଷ ପ୍ରଫେସର ଡ଼. କମଲ ଲୋଚନ ବାରିକ, ମୁଖ୍ୟ ବକ୍ତା ଭାବରେ ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ପ୍ରଫେସର ଡ଼. ହେମନ୍ତ କୁମର ସାହୁ,ସମ୍ମାନୀତ ଅତିଥିଭାବେ ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ପ୍ରଫେସର ଡ଼. ବିଷ୍ନୁପ୍ରିୟା ହାଁସଦା ଯୋଗ ଦେଇ ମାନବ ସମ୍ବଳର ବିକାଶ ପାଇଁ ଜୀବ ସମ୍ପଦର ସୁରକ୍ଷା ଓ ସଠିକ ଉପଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ। ଉଦଘାଟନୀ ଉତ୍ସବରେ ଅତିଥି ମାନଙ୍କୁ ମହାବିଦ୍ୟାଳୟ ତରଫରୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ମୁଖ୍ୟ ରୂପମାଞ୍ଜରୀ ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରାଣିବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପିକା ଅଭିପ୍ସା ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଉପଲକ୍ଷେ ଉଦ୍ଭିଦ ବିଜ୍ଞାନ ବିଭାଗର ସ୍ମରଣିକା ବଟାନିକମ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାରକୟକ୍ରମ ପରିବେଷଣ କରାଯାଇଥିବା ବେଳେ ଅଧ୍ୟାପିକା କସ୍ତୁରିବା ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।ପରେ ପରେ ଆୟୋଜିତ ବୈଷୟିକ ଅଧିବେଶନରେ କଲିକତାସ୍ଥିତ ରାମକୃଷ୍ଣନ ମିଶନ ବିବେକାନନ୍ଦ ସେଣ୍ଟନାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡ଼. ହରିଶଙ୍କର ଦେ, ଫକୀର ମୋହନ ବିଶ୍ୱ ବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନର ଗବେଷକ କେଶରୀ ପ୍ରସାଦ ମହାନ୍ତି, ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ କ୍ରିତି କୌଶିକ ନାୟକ ଓ ପ୍ରାଣୀ ବିଜ୍ଞାନ ଅଧ୍ୟାପିକା ଅଭିଲିପ୍ସା ଗିରି ବିଷୟ ବିଶେଷଜ୍ଞ ଭାବେ ଯୋଗ ଦେଇ ନିଜନିଜର ସନ୍ଦର୍ଭ ପାଠ କରିଥିଲେ. ପୋଷ୍ଟ ଲଞ୍ଚ ସେସନରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପୋଷ୍ଟର ପ୍ରଦର୍ଶନି କୁ ଅତିଥିମାନେ ଉଦଘାଟନ କରିବା ସହ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ବିତରଣ କରିଥିଲେ। ଉଦ୍ଭିଦ ବିଜ୍ଞାନର ମୁଖ୍ୟ ରୂପମାଞ୍ଜରୀ ବେହେରା କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ, ଅଧ୍ୟାପିକା ଦୀପାଞ୍ଜଳି ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

