କୋଣାର୍କ, ୨୫/୦୮(ପାଇକପୁଅ)ଦୁଇ ଦିନିଆ ଓଡିଶା ଗ୍ରସ୍ତରେ ଆସିଥିବା କର୍ଣ୍ଣାଟକ ରାଜ୍ୟର ଦୁଇ ଜଣ ମନ୍ତ୍ରୀ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିବା ଦେଖିବାକୁ ମିଳିଛି। ସୋମବାର ଅପରାହ୍ନ ସମୟରେ କର୍ଣ୍ଣାଟକ ସରକାରଙ୍କ ଦୁଇ ଜଣ ମନ୍ତ୍ରୀ ଡ଼ଃ ଏମ. ସି ସୁଧାକର ଓ ଡଃ ଏସ.ପି ପାଟିଲ କୋଣାର୍କ ସୂର୍ଯ୍ୟମନ୍ଦିର ବୁଲି ଦେଖିବା ସହ ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ବିମୋହିତ ହୋଇଥିଲେ।ପରେ ସୂର୍ଯ୍ୟ ମନ୍ଦିର ବୁଲି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ। ତାଙ୍କର ଏହି ଗ୍ରସ୍ତ ସମୟରେ କୋଣାର୍କ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ଦେଖିବାକୁ ମିଳିଥିଲା।

