ବାରିପଦା, ୨୫/୦୮(ପାଇକପୁଅ)ସ୍ଥାନୀୟ ଶହୀଦ ସ୍ମୃତି ଭବନ ଠାରେ ମୟୂରଭଞ୍ଜ ଜିଲ୍ଲା ଟେଣ୍ଟ ହାଉସ ସଂଘର ୨୬ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।ଉପଦେଷ୍ଟା ସମରେନ୍ଦ୍ର ବଶାଙ୍କ ପୌରହିତ୍ୟରେ ଅନୁଷ୍ଠିତ ମୁଖ୍ୟ ଅଧିବେସନରେ ବାରିପଦା ଉପ ଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା ମୁଖ୍ୟ ଅତିଥି, ନଗରପାଳ କୃଷ୍ଣାନନ୍ଦ ମହାନ୍ତି ମୁଖ୍ୟ ବକ୍ତା, ରାଜ୍ୟ ସଂଘ ଚେୟାରମେନ ଅଟଳ ବିହାରୀ ଜେନା ଓ କଟକ ଜିଲ୍ଲା ସଭାପତି ରବୀନ୍ଦ୍ର ନାଥ ଦାସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କେବଳ ବୃତ୍ତି ନୁହେଁ ସମାଜ ସେବା ହିଁ ମଣିଷକୁ ସ୍ୱତନ୍ତ୍ର ଦେଇଥାଏ।ଟେଣ୍ଟ ହାଉସ ମାଲିକ ମାନେ ଏକତ୍ରିତ ହୋଇ କେବଳ ନିଜ ବ୍ୟବସାୟ ନୁହେଁ ସମାଜ ସେବାରେ ମନନିଯୋଗ କରିଥିବାରୁ ସାଧୁବାଦ ଜଣାଇଥିଲେ। ସଙ୍ଘର ଜିଲ୍ଲା ସଭାପତି ପଙ୍କଜ ମହାନ୍ତି ଓ ଜିଲ୍ଲା ସମ୍ପାଦକ ସଞ୍ଜୟ ମହାନ୍ତି ମଂଚାସୀନ ହୋଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସେବା କ୍ଷେତ୍ରରେ ଆଦିତ୍ୟ ପଟ୍ଟନାୟକ, ସାହିତ୍ୟରେ ପଦ୍ମନାଭ ସାହୁ, ପ୍ରିଣ୍ଟ ମିଡିଆ ସାମ୍ବାଦିକ ଭାବରେ ଦୀପକ କୁମାର ନାୟକ, ଟେଲି ମିଡିଆ ସାମ୍ବାଦିକ ଭାବରେ ସତ୍ୟଜିତ ସୋମ, ମେଟ୍ରିକ ଟପର ଭାବରେ ଭୂମିକା ପ୍ରିୟଦର୍ଶିନୀ, ଯୁକ୍ତଦୁଇ ଟପର ଭାବରେ ସାଗରାମ ମୁର୍ମୁ, ଅନ୍ଧ ମୁକ ବଧିର ବିଦ୍ୟାଳୟର ଦୁଇଜଣ ମୁଲି ବାସ୍କେ ଓ ରାବଣ ମୁର୍ମୁ, ସଫେଇ କାର୍ଯ୍ୟ ପାଇଁ ଦାସ ମୁର୍ମୁ ଓ ମାଳତୀ ମୁର୍ମୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା. ଅଧିବେଶନରେ ସାରାଜିଲ୍ଲା ରୁ ୮୦୦ ରୁ ଅଧିକ ଟେଣ୍ଟ ହାଉସ ମାଲିକ ଯୋଗ ଦେଇଥିଲେ।
ସେହିପରି ଦ୍ବିତୀୟ ଅଧିବେଶନରେ ଲଟେରୀ ଉଠାଣ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା।ସଭା ଆରମ୍ଭରେ ନମ୍ବର ୱାନ ଡ୍ୟାନ୍ସ ଗ୍ରୁପ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବେ ଖୁସି କୁମାର ମଞ୍ଚ ପରିଚାଳନା କରିଥିବା ବେଳେ, କୋଷାଧ୍ୟକ୍ଷ ରବୀନ୍ଦ୍ର ପଣ୍ଡା, ସହ ସମ୍ପାଦକ ରାକେଶ ଦାସ, ଅକ୍ଷୟ କୁମାର ମହାନ୍ତି, ଦୀପକ ଦାଶ, ଅଜୟ ବେହେରା, ଅମ୍ବିକା ରାଉତ, ସୁମନ୍ତ ସିଂହ ପ୍ରମୁଖ ସହଯୋଗ କରିଥିଲେ. ଶେଷରେ ସୁବ୍ରତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

