ଯୋଡ଼ା, ୧୮/୦୮(ବିଜୟ କୁମାର ଜେନା)କେନ୍ଦୁଝର ଜିଲ୍ଲା ଯୋଡ଼ା ରେ ହରେକୃଷ୍ଣ ଭାଗବତ ପ୍ରଚାର କେନ୍ଦ୍ର ଟ୍ରଷ୍ଟ, ଦ୍ୱାରା ଆୟୋଜିତ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ମହା ମହୋତ୍ସବ ୨୦୨୫ ଅଗଷ୍ଟ ମାସ ୧୬/୧୭ ରିଖ ଦୁଇଦିନ ଧରି ଯୋଡ଼ା ଇଷ୍ଟ କମ୍ୟୁନିଟି ସେଣ୍ଟର୍ ରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ପାଳନ ହୋଇଛି । ଉକ୍ତ ମହା ମହୋତ୍ସବ ରେ ୧୬.୦୮.୨୫ ରିଖ ନଗର କୀର୍ତ୍ତନ, ଶ୍ରୀ କୃଷ୍ଣ ଙ୍କ ଅଭିଷେକ ତଥା ପ୍ରବଚକ ମହାରାଜ ଦେବକୀ ତନୟ ଦାସ ଙ୍କ ଦ୍ଵାରା ଭାଗବତ କଥା କୀର୍ତ୍ତନ କରାଯାଇଥିଲା । ତହିଁ ଆର ଦିନ ନନ୍ଦତ୍ସବ ୧୭ ରିଖ ଦିନ ପ୍ରଭୁ ପାଦ ଙ୍କର ଆବିର୍ଭାବ ତିଥି ରେ ତାଙ୍କ ଅଭିଷେକ ଓ ଗୁଣ କୀର୍ତ୍ତନ ପରେ ନନ୍ଦତ୍ସବ କର୍ଯ୍ୟ କ୍ରମ ରେ ଯୋଡା ଅଞ୍ଚଳ ର ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଭଗବାନ ଶ୍ରୀ କୃଷ୍ଣ ଙ୍କ ସମ୍ବନ୍ଧରେ ବକ୍ତୃତା, ସାଧାରଣ ଜ୍ଞାନ, କୃଷ୍ଣ ବେଶ, ଓଡ଼ିଶୀ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା । ଉକ୍ତ ଉତ୍ସଵ ରେ ବଡବିଲ ତହସିଲଦାର ରାକେଶ ପଣ୍ଡା, ଯୋଡା ବି. ଡି.ଓ. ଦାନିଷ ବେହେରା ବଡ଼ବିଲ ଏସ ଡି ପି ଓ ଦେବେନ୍ଦ୍ର ନାଥ ପିଙ୍ଗୁଆ ଏବଂ ଯୋଡା ଟାଟା ଷ୍ଟିଲ ଚିଫ ରାଜେଶ କୁମାର ଅତିଥି ରୂପେ ଯୋଗ ଦେବା ସହିତ ଅତିଥି ମାନଙ୍କ ଦ୍ଵାରା କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଅତିଥି ମାନଙ୍କୁ ହରେକୃଷ୍ଣ ଭାଗବତ ପ୍ରଚାର କେନ୍ଦ୍ର ତରଫରୁ ଶ୍ରୀ ମଦ୍ ଭାଗବତ ଗୀତା ପ୍ରଦାନ କରାଯାଇଥିଲା । ଉକ୍ତ ଦୁଇ ଦିନ ଧରି ଟ୍ରଷ୍ଟ ର ସଭାପତି ଶ୍ରୀ ପାଦ ହଳଧର ରୂପ ଦାସ ଙ୍କ ତତ୍ଵାବଧାନ ରେ ସମସ୍ତ କାର୍ଯ୍ୟ କ୍ରମ ସୁଚାରୁ ରୁପେ ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟ କ୍ରମ ରେ ୧୦୦୦ ରୁ ଉର୍ଦ୍ଧ ଶ୍ରଧାଳୁ ଭାଗ ନେଇ ପ୍ରସାଦ ସେବନ କରିଥିଲେ ।

