ମାଲକାନଗିରି,୧୪/୦୮ (ସୁଧାଂଶୁ ଶେଖର ମହାନ୍ତି)
ରାଜ୍ୟରେ ଆତ୍ମହତ୍ୟା ଦିନକୁ ଦିନ ବଢୁଥିବା ବେଳେ ଏହାକୁ ରୋକିବା ନିମନ୍ତେ ଆଜି ଓରକେଲ ଏବଂ କୋରୁକୋଣ୍ଡା ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ବାଲିମେଳା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ କୋରୁକୋଣ୍ଡା ବ୍ଲକ ଏମଭି-୩୪ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।

ଓରକେଲ ଥାନାଧିକାରୀ ଧୀରେନ ପଟ୍ଟନାୟକ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ଆତ୍ମହତ୍ୟା କରିବା କଣ ଶେଷ ପଦକ୍ଷେପ। ଆମକୁ କଣ ବଞ୍ଚିବାର ନାହିଁ ଆଗକୁ ପର୍ଯ୍ୟାପ୍ତ ସମୟ ଅଛି, ଅସୁବିଧାକୁ ସାମ୍ନା କରିବା ନିଜ ଦ୍ୱାରା ସମସ୍ୟା ର ସମାଧାନ ନହୁଏ ତେବେ ପୋଲିସକୁ ଜଣାଇବା। ଆତ୍ମହତ୍ୟା କରିବା କିମ୍ବା ଉସୁକାଇବା ଆଦି ଧର୍ତବ୍ୟ ଅପରାଧ। ତେଣୁ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ସେ ନିଜ ଅଭିଭାଷଣରେ କହିଥିଲେ। ସେହିପରି ଏମଭି-୩୪ ସରକାରୀ ଉଚ୍ଚ ବିଦ୍ୟାଳୟରେ ଥାନାଧିକାରୀ ହିମାଂଶୁ ଶେଖର ବାରିକ ଯୋଗ ଦେଇ ଆତ୍ମହତ୍ୟା କରିବା ସବୁଠାରୁ ବଡ଼ ଅପରାଧ, ଯଦି ଛାତ୍ରଛାତ୍ରୀ ମାନଙ୍କ କିଛି ସମସ୍ୟା ହୁଏ ତେବେ କିଛି ନିଜକୁ କେବେ ଏକୁଟିଆ ନ ଭାବି ସଙ୍ଗେ ସଙ୍ଗେ ପୋଲିସ କୁ ନିଜର ସମସ୍ୟା ଜଣାଇବା ନିମନ୍ତେ କହିଥିଲେ। ଯଦି ନିଜକୁ ଅସୁରକ୍ଷିତ ଭାବନ୍ତି ତେବେ ଟୋଲ ଫ୍ରି ନଂ ରେ ଫୋନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସୁଶିଳା କୁମାରୀ ହିଆଲ, କୋରୁକୋଣ୍ଡା ସିଡ଼ିପିଓ ରେଖାରାଣୀ ବାରିକ ଙ୍କ ସମେତ ଉଭୟ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ।

